ସୋନାଲିଙ୍କ ଜଙ୍ଘରେ ଗୁଳି ବାଜିଥିଲା ସେ ବଞ୍ଚିକି ସଂସାର କରିଥିଲେ, ହେଲେ ଏଠି ଗୁଳି ନେଇଗଲା ଜୀବନ: ଜାଣନ୍ତୁ କିଏ ଓ କେଉଁଠି...

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତର ପ୍ରଦେଶ ହରଦୋଇ ଶାହାବାଦ ଥାନା ଅନ୍ତର୍ଗତ ଖଟାଜମଲଖାନରେ ଜଣେ ନବ ବିବାହିତା ବନ୍ଧୁକ ଧରି ସେଲଫି ନେବାବେଳେ ଗୁଳି ବାଜିବାରୁ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ମୃତକଙ୍କ ପିତା ରାକେଶ କୁମାର ଜ୍ୱାଇଁ ଆକାଶ, ଝିଅର ଶ୍ୱଶୁର ରାଜେଶ, ଶାଶୁ ପୁନମ ଏବଂ ଦେଢଶୁର ଉମଙ୍ଗଙ୍କ ବିରୋଧରେ ଯୌତୁକ ମାମଲାରେ ୨ ଲକ୍ଷ ଟଙ୍କା ଦାବି କରି ଝିଅକୁ ନିର୍ଯାତନା ଦେଇ ଓ ଗୁଳି କରି ହତ୍ୟା କରିଥିବା ମାମଲା ରୁଜୁ କରିଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
ଖଟାଜମଲଖାନ ବାସିନ୍ଦା ଆକାଶ ଗୁପ୍ତା ଦୁଇମାସ ପୂର୍ବରୁ ମାଧୋଗଞ୍ଜ ଅନ୍ନପୂର୍ଣ୍ଣା ନଗରର ରାକେଶ ଗୁପ୍ତାଙ୍କ ଝିଅ ରାଧିକାଙ୍କ ସହ ବିବାହ କରିଥିଲେ। ଦିନ ପ୍ରାୟ ୨ଟା ସମୟରେ ଶାଶୁ ଘରେ ବନ୍ଧୁକ ଧରି ସେଲଫି ନେଉଥିବା ବେଳେ ରାଧିକା ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଶାହାବାଦ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳି ରାଧିକାଙ୍କ ବେକରେ ବାଜିଥିଲା।
ଏ ସମ୍ପର୍କରେ ସୂଚନା ପାଇବା ପରେ ସିଓ ସତେନ୍ଦ୍ର ସିଂ ଫୋରେନସିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପୋଲିସ ବନ୍ଧୁକ ଏବଂ ରାଧିକାଙ୍କ ମୋବାଇଲ୍ ଜବତ କରିଛି। ଖବର ପାଇ ରାଧିକାଙ୍କ ପରିବାର ସଦସ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାମଲାରେ ମୃତକଙ୍କ ପିତା ରାକେଶ କୁମାର ମୃତକଙ୍କ ସ୍ୱାମୀ ଆକାଶ, ତାଙ୍କ ଶ୍ୱଶୁର, ଶାଶୁ ଏବଂ ଦେଢଶୁରଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ରୁଜ୍ଜୁ କରିଛନ୍ତି।
ରାଧିକାଙ୍କ ପିତା ଅଭିଯୋଗ କରିଛନ୍ତି ଯେ ଯୌତୁକ ମାମଲାରେ ଶାଶୂଘର ଲୋକ ୨ ଲକ୍ଷ ଟଙ୍କା ଦାବି କରି ଝିଅକୁ ନିର୍ଯ୍ୟାତନା ଦେଉଥିଲେ ଏବଂ ଗୁଳି କରି ହତ୍ୟା କରିଛନ୍ତି। ଏଏସପି କହିଛନ୍ତି ଯେ ମାମଲାରେ ଏଫ୍ଆଇଆର୍ ରୁଜ୍ଜୁ କରି ସମସ୍ତ ତଥ୍ୟ ଉପରେ ବିସ୍ତୃତ ଯାଞ୍ଚ କରାଯାଉଛି ଏବଂ ଯାଞ୍ଚ ଆଧାର ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।