ରାଜଧାନୀର ଛାତି ଉପରେ ଚାଞ୍ଚଲ୍ୟ; ଖୋଲାମେଲାରେ ଆସିଲେ, ଅପହରଣ କରି ନେଇଗଲେ: ଭକୁଆ ହେଲେ ଭୁବନେଶ୍ୱରିଆ

kidnap

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀର ରାଜରାସ୍ତାରୁ ଯୁବକଙ୍କୁ କାରରେ ଉଠାଇ ନେଲେ ଦୁର୍ବୃତ୍ତ । ଲୋକଙ୍କୁ ଭୟଭୀତ କରି ପୁରା ଫିଲ୍ମ ଷ୍ଟାଇଲରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି ସମସ୍ତେ । ଆଜି ଅପରାହ୍ଣରେ ଭୁବନେଶ୍ୱର ଡେଲଟା ଛକରୁ ଏକ କାରରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ଅପହରଣ କରି ନେଇଛନ୍ତି। ଡେଲଟା ଛକ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ଏହି ଘଟଣା ଘଟିଛି ।

ଅପହୃତ ଯୁବକଙ୍କ ପରିଚୟ ମିଳିପାରିନି।  ସୂଚନା ଅନୁସାରେ ବାଇକରେ ଆସୁଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଡେଲଟା ଛକରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ ଅଟକାଇଥିଲେ। ୫ ଜଣ ଦୁର୍ବୃତ୍ତ ବାଇକକୁ ଅଟକାଇ ଜଣଙ୍କୁ ଜୋର ଜବରଦସ୍ତ କାରରେ ଭର୍ତ୍ତି କରିଥିଲେ। ଅପହୃତ ଯୁବକ ଜଣକ ଜୋରରେ ପାଟି କରୁଥିଲେ ବି ସ୍ଥାନୀୟ ଅଞ୍ଚଳରେ ଥିବା ଲୋକେ ପାଟି ଖୋଲି ନଥିଲେ। କିଛି ସମୟର ଧସ୍ତାଧସ୍ତି ପରେ ଯୁବକଙ୍କୁ କାର ଭିତରେ ପୁରାଇ ଦୁର୍ବତ୍ତମାନେ ଚମ୍ପଟ୍ ମାରିଥିଲେ ।

ଅପହୃତ ଯୁବକ କିଏ ଏବଂ ତାଙ୍କୁ ଦୁର୍ବୃତ୍ତମାନେ କାହିଁକି ଅପହରଣ କଲେ, ତାର କାରଣ ଜଣାପଡିନାହିଁ । ଅଭିଯୋଗ ପରେ ଅପହରଣ ଘଟଣାର ତଦନ୍ତ ଦାୟିତ୍ୱ ନେଇଛି ଖଣ୍ଡଗିରି ପୁଲିସ ଓ ସ୍ପେଶାଲ ସ୍କ୍ୱାଡ଼ । ପୁଲିସ ଅପହୃତଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Share this story