ଡାକ୍ତରଙ୍କୁ ଖୁସି କରାଇବାକୁ ଯାଇ ସୈତାନ ସାଜିଲା ସ୍ୱାମୀ: ନିଜ ଡାକ୍ତର ସାରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ସ୍ୱାମୀ

Love sex dhoka 1

ଓଡ଼ିଆ ଗସିପ ବ୍ୟୁରୋ: ଡାକ୍ତରଙ୍କୁ ଖୁସି କରାଇବାକୁ ଯାଇ ସୈତାନ ସାଜିଲା ସ୍ୱାମୀ। ନିଜ ଡାକ୍ତର ସାରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ସ୍ୱାମୀ। ପତ୍ନୀ ରାଜି ନହେବାରୁ ସ୍ୱାମୀର ଡାକ୍ତର ସାର ବଳାତ୍କାର ଉଦ୍ୟମ ବି କଲେ। ବିରୋଧ କରିବାରୁ ସ୍ୱାମୀ ନିସ୍ତୁକ ପିଟି ଦୁଇ ଥର ଗର୍ଭ ନଷ୍ଟ କରାଇଲା ।

ଶେଷରେ ସଙ୍ଗୀନ ଅବସ୍ଥାରେ ସ୍ତ୍ରୀକୁ ବାପଘରେ ଛାଡି ଏବେ ଆଉ ଜଣଙ୍କୁ ବିବାହ ପାଇଁ ଯୋଜନା କରୁଛି ସ୍ୱାମୀ। ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ବାଲିଘାଟ ସୁଭଦ୍ରା ନଗରର ଅଜିତ୍ ମହାନ୍ତି ଏବଂ ତାଙ୍କ ଡାକ୍ତର ସାରଙ୍କ ନାଁରେ ତାଳବଣିଆ ଥାନାରେ ଏତଲା ବି ହୋଇଥିଲା। ପୁଲିସ ଦଫା କୋହଳ କରି ସମ୍ପୃକ୍ତ ଡାକ୍ତରକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି ।

ସେପଟେ ଅଭିଯୁକ୍ତ ସ୍ବାମୀକୁ ମଧ୍ୟ ଥାନାରୁ ବେଲ୍ ମିଳିଗଲା। ଅନିଚ୍ଛା ସତ୍ତ୍ବେ ଗର୍ଭପାତ କରାଇବା ଓ ବାରମ୍ବାର ଔଷଧ ଦେଇ ଦେହ ଖରାପ କରାଇବା ନେଇ firରେ ଉଲ୍ଲେଖ ଅଛି। ହେଲେ ପୁଲିସ ସେଥିପାଇଁ ଥିବା ଦଫା ଲଗାଇ ନଥିବା ଅଭିଯୋଗ ହୋଇଛି।

କୋର୍ଟରେ ବୟାନ ରେକର୍ଡ ପୂର୍ବରୁ ପୋଲିସ ପୀଡିତାଙ୍କୁ ଧମକାଇ ଡାକ୍ତରଙ୍କ ବିରୋଧରେ ନକହିବାକୁ ପ୍ରବର୍ତ୍ତାଇ ଥିବା ପୀଡିତା ଅଭିଯୋଗ କରିଛନ୍ତି।  spଙ୍କ ପାଖରେ ବାରମ୍ବାର ଅଭିଯୋଗ କଲା ପରେ ବି କୌଣସି ସୁଫଳ ମିଳିନି ।

Share this story