ଉଗ୍ର ମାନସିକତାର କରୁଣ ପରିଣତି: ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା
Sat, 3 Jul 2021

ଓଡ଼ିଆ ଗସିପ୍ ବ୍ୟୁରୋ: ଜଗତସିଂହପୁର ଥାନା ଓଡ଼ିଶୋ ପଞ୍ଚାୟତ ଚାନ୍ଦ ପାଟଣା ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।
ସୂଚନା ଅନୁସାରେ ଲୋକନାଥ ପାଲ୍ ନିଜ ଧର୍ମପତ୍ନୀ କଳ୍ପନା ପାଲ୍ ଓ ଝିଅ ଲକି ପାଲ୍ କୁ ଆଜି ଭୋରୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହାଣି ନିଜେ ରସି ଲଗାଇ ଆତ୍ମହତ୍ୟା କରିଛି। ଗୁରୁତର କଳ୍ପନା ଓ ଲକିକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।
ହେଲେ ଝିଅ ଲକିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କଳ୍ପନାଙ୍କ ଅବସ୍ଥା ଗୁରୁତର ଅଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅଭାବ ଅନାଟନ ପାଇଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।