ମଳକୋଷରୁ ୩୦ କୋଟି ଟଙ୍କାର ସୁନା ଗହଣା ଜବତ, କିଛି ଏପରି ଲୁଚାଇ ନେଉଥିଲେ ଦୁର୍ବୃତ୍ତ

ମଳକୋଷରୁ ୩୦ କୋଟି ଟଙ୍କାର ସୁନା ଗହଣା ଜବତ, କିଛି ଏପରି ଲୁଚାଇ ନେଉଥିଲେ ଦୁର୍ବୃତ୍ତ

ଓଡ଼ିଆ ଗସିପ ବ୍ୟୁରୋ: ସୁନା ଚୋରାଚାଲାଣ କରିବାରେ ଦୁର୍ବୃତ୍ତମାନେ ବିଭିନ୍ନ ପନ୍ଥା ଅପଣାଇଥାନ୍ତି । କିଏ ବ୍ୟାଗ ରେ ଲୁଚେଇ ନେବାକୁ ପ୍ରୟାସ କରୁଛନ୍ତି ତ କିଏ ନିଜ ଦେହରେ ଲୁଚାଇ ନେବାକୁ ବି ପଛାଉନାହାନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିବ ।

ଚେ‌ନ୍ନାଇ ବିମାନବନ୍ଦରରୁ ବହିଃଶୁଳ୍କ ଅଧିକାରୀମାନେ ଚୋରା ସୁନା ଚାଲାଣ ମାମଲାରେ ୯ଜଣଙ୍କୁ ଗିରଫ କରିଛନ୍ତି ।

ସବୁଠୁ ବଡ କଥା ହେଉଛି କି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ କୋଟି କୋଟି ମୂଲ୍ୟ ର ସୁନା ଗହଣା ଜବତ ହୋଇଛି ।

ତାହା ପୁଣି ସେମାନେ ମଳକୋଷରେ ୭ କିଲୋ ସୁନାକୁ ପେଷ୍ଟ୍‌ରେ ପରିଣତ କରି ନେଉଥିବା ସ୍କାନର୍‌ରେ ଧରାପଡ଼ିଥିଲା ।

ଏଭଳି ଉପାୟରେ ଏତେ ମାତ୍ରାରେ ସୁନା ଚୋରା ଚାଲାଣ ଅଧିକାରୀଙ୍କୁ ଚକିତ କରିଦେଇଛି ।

ଚୋରା ଚାଲାଣକାରୀମାନେ ଦୁବାଇରୁ ଏହି ସୁନା ଆଣୁଥିଲେ । ଗତ ଶୁକ୍ରବାର ମଧ୍ୟ ୪ ଜଣ ମହିଳାଙ୍କ ସମେତ ୧୭ ଜଣଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା ।

Share this story