ଧର୍ମପତ୍ନୀକୁ ଧୋକା ଦେଲା ରସିକିଆ ପୋଲିସ ବାବୁ: ଥାନାରେ ଏତଲା ଦେଲେ କନେଷ୍ଟବଲ ପତ୍ନୀ

ଧର୍ମପତ୍ନୀକୁ ଧୋକା ଦେଲା ରସିକିଆ ପୋଲିସ ବାବୁ: ଥାନାରେ ଏତଲା ଦେଲେ କନେଷ୍ଟବଲ ପତ୍ନୀ

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ଆଲୋ ସଖି ଆପଣା ମହତ ଆପେ ରଖି। ହେଲେ ଘରର କଥା ଯଦି ବାଟରେ ପଡ଼ି ହାଟରେ ଗଡ଼ିବ ସେଥିପାଇଁ ଘରର ମୁରବୀ ହିଁ ନିନ୍ଦା ଅପବାଦର ଶରବ୍ୟ ହେବ । ଇଏ ଯେମିତି ଗତକାଲି ରାଜଧାନୀ ଭୁବନେଶ୍ୱରର ଏକ ପୋଲିସ ଥାନାରେ ଘଟିଲା ।

ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଦୁଇ କପୁଲଙ୍କ ବେକାରିଆ କଥାକୁ ନେଇ ପାଟିତୁଣ୍ଡ ହେଲା ଆଉ ପିଟାପିଟି ଯାଏ କଥା ଗଲା । ହଁ ସ୍ୱାମୀଙ୍କ ଚରିତ୍ରକୁ ସନ୍ଦେହ କରି ଅଭିଯୋଗ ଆଣିଲେ ପତ୍ନୀ । ଅଭିଯୋଗ ଏହା ଯେ, ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ଆଉ ଏକ ନାରୀ ସହ ସେକ୍ସ ପାଇଁ ସମ୍ପର୍କ ରଖିଛନ୍ତି ରସିକିଆ ପୋଲିସ ବାବୁ । ଏହି ଖବର ପ୍ରଚାରିତ ହେବା ପରେ ଏହାକୁ ନେଇ ନାନା ମୁନି ନାନା ମତ ଭଳି ସମାଲୋଚନାର ବର୍ଷା ହେବାରେ ଲାଗିଲା ।

ରାଜଧାନୀରେ ଦେଖିବାକୁ ମିଳିଥିବା ପୋଲିସ କପୁଲଙ୍କ ହାଇଡ୍ରାମା ଆଜି ବି ଚର୍ଚ୍ଚାରେ ରହିଛି । ସ୍ୱାମୀ ଅମରେଶ ସାହୁ କେନ୍ଦ୍ରାପଡ଼ା ଆଳି  ଥାନାରେ କନେଷ୍ଟବଲ ଅଛନ୍ତି । ଆଉ ସ୍ତ୍ରୀ ଭଗବତୀ ନାୟକ ରାଜଧାନୀର ବଡ଼ଗଡ଼ ଥାନାରେ କନଷ୍ଟେବଲ ଭାବେ କାର୍ଯ୍ୟରତ ।

୨୦୦୮ରେ ଉଭୟଙ୍କର ହୋଇଥିଲା ପ୍ରେମ ବିବାହ ହେଲେ ବିବାହର ବର୍ଷେ ପରେ ପ୍ରେମରେ ଭଟ୍ଟା ଆସିଗଲା । ଭଗବତୀଙ୍କ ବିରୋଧରେ ପାରିବାରିକ ହିଂସା ଭଳି ଅନେକ ଅଭିଯୋଗ ଲଗାଇ ତାଙ୍କଠାରୁ ଅଲଗା ହୋଇ ରହିଥିଲେ ସ୍ବାମୀ ଅମରେଶ । ୨୦୧୭ରେ ସେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ୍ ମଧ୍ୟ ଫାଇଲ୍ କରିଛନ୍ତି  । ସ୍ବାମୀଙ୍କ ପାଖରେ ତାଙ୍କର ଝିଅ ରହୁଥିବାରୁ ତାକୁ ଦେଖା କରିବାକୁ ଭୀମଟାଙ୍ଗୀ ସ୍ଥିତ ଘରକୁ ବେଳେ ବେଳେ ଆସନ୍ତି ଭଗବତୀ । ଗତକାଲି ମଧ୍ୟ ଝିଅକୁ ଦେଖାକରିବାତକୁ ଭଗବତୀ ଆସିଥିଲେ । ଏତିକି ବେଳେ  ଅମରେଶଙ୍କ ଘରେ ଜଣେ ମହିଳାଙ୍କୁ ଦେଖିଥିଲେ ଏହାପରେ ଘର ଭିତରୁ ରାସ୍ତା ଉପର ଯାଏଁ ଚାଲିଥିଲା ମହାଭାରତ  ।

 ମିଡିଆରେ ପ୍ରସାରିତ ଖବର ଅନୁସାରେ ଅମରେଶଙ୍କ ମାଆ କହିଛନ୍ତି ଘରେ ପୁଅର ଜଣେ ଚିହ୍ନା ମହିଳାଙ୍କ ସହ ସେ ଆଲୋଚନା କରୁଥିବା ବେଳେ ବୋହୂ ବାହାରୁ ଆସି ହଠାତ ମହିଳାଙ୍କୁ ଆକ୍ରମଣ କରିଥିଲା । ଏତିକି ବେଳେ ପୁଅ ଅମରେଶ ଆସି ଭଗବତୀଙ୍କ କବଳରୁ ସେହି ମହିଳାଙ୍କୁ ଉଦ୍ଧାର କରିବା ବେଳେ ତାଙ୍କ ହାତକୁ କାମୁଡ଼ି ଦେଇଥିଲେ ।

ବୋହୂ ଭଗବତୀଙ୍କ ଆକ୍ରମଣରେ ସଂପୃକ୍ତ ମହିଳା ଓ ଅମରେଶ ଆହତ ହୋଇଥିବା ନେଇ ମଧ୍ୟ ସେ କହିଛନ୍ତି ।  ଘରୁ ବାହାରକୁ ଯିବା ବେଳେ ଭଗବତୀ, ଅମରେଶଙ୍କ କାର୍ ର କାଚ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି ଖାଲି ସେତିକି ନୁହେଁ, ସଂପୃକ୍ତ ମହିଳାଙ୍କ ସ୍କୁଟର୍ କୁ  ଠେଲି ଦେଇ ମିରରକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ

ଏନେଇ ଉଭୟ ପକ୍ଷ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି । ଆଉ ସବୁ ଘଟଣାର ପର୍ଦ୍ଦାଫାସ ସେଇଠି ହିଁ ହୋଇଛି ।....

Share this story