ରାଜ କୁନ୍ଦ୍ରାର ଅଶ୍ଲୀଳ ଫିଲ୍ମ ଇସୁ ଥମିନି; ପୁଣି ସାମ୍ନାକୁ ଆସିଲା ନିଶା ଦେଇ ଦେହର ସୁଖ ନେବାର ଖବର

ସୂଚନାନୁସାରେ, ମୁମ୍ବାଇ ଏନସିବିକୁ ଦେହ ବ୍ୟବସାୟ ଚାଲୁଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଟିମ୍ ଓ ପୋଲିସ ଅନ୍ଧେରୀ ଅଞ୍ଚଳରେ ଚଢଉ କରିଥିଲେ । ଏଠାରେ ଜଣେ ମହିଳା ଡ୍ରଗ୍ସ ମାଫିଆକୁ ଟିମ୍ ଗିରଫ କରିବା ସହ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିଥିଲା ।
ମହିଳାଙ୍କୁ ପଚରାଉଚରା ପରେ ପୋଲିସ ଆଉ ଏକ ସ୍ଥାନରେ ଚଢଉ କରିଥିଲା । ସେଠାରେ ରୋହନ ପାଣ୍ଡେ ନାମକ ଜଣେ ଯୁବକଙ୍କୁ ଧରିଥିଲା ପୋଲିସ ।
ରୋହନ ଗିରଫ ହେବା ପରେ ଅନେକ ସାଙ୍ଘାତିକ ତଥ୍ୟ ଦେଇଥିଲେ । ସେ ମହିଳା ଓ ଯୁବତୀଙ୍କୁ ନିଶା ଦେଇ ଦେହ ବ୍ୟବସାୟରେ ସାମିଲ କରୁଥିଲେ । ଏପରି ଭାବେ ସେ ଦୀର୍ଘ ଦିନ ହେବ ରାକେଟ୍ ଚଳାଇଥିଲେ । ସେ ୨୨ରୁ ୨୫ ବର୍ଷୀୟା ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ ।
ମୁମ୍ବାଇ ଏନସିବି ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେ କହିଛନ୍ତି ଯେ, ଏପରି ପ୍ରଥମ ଥର ହୋଇଛି ଯେତେବେଳେ ଜଣେ ମହିଳା ହୋଟେଲରେ ରହି ନିଶା ଦେଇ ରାକେଟ୍ ଚଳାଉଛି । ଯେଉଁ ହୋଟେଲରେ ଏହି କାରବାର ଚାଲୁଥିଲା ତାକୁ ମଧ୍ୟ ସିଲ୍ କରାଯାଇଥିବା ସେ କହିଛନ୍ତି ।