ମାମଲା ରଫାଦଫା ପାଇଁ ନେଉଥିଲେ ଲାଞ୍ଚ, ଭୁବନେଶ୍ବର ରେ କାର୍ଯ୍ୟରତ ଏସଆଇକୁ ମାଡ଼ିବସିଲା ଭିଜିଲାନ୍ସ

Police SI arrested for taking bribe

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଜଣେ ଥାନା ବାବୁ ଗରଫ । ୫୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଖଣ୍ଡଗିରି ଥାନା ପୋଲିସ SI । ଭୁବନେଶ୍ୱର ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି । ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଲାଞ୍ଚ ନେଉଥିବାର ସୂଚନା ମିଳିଛି ।

ନାକା ଗେଟ ନିକଟରେ ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ । ତେବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏସ୍‌ଆଇ ସୁଶାନ୍ତ ସ୍ୱାଇଁଙ୍କୁ ପଚରାଉଚରା କରାଯାଉଛି ।

ପରବର୍ତ୍ତୀ ସମୟରେ ତାଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି । ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଛନ୍ତି ନା ନାହିଁ, ତାହା ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି ।

ଥାନା କେସ ନମ୍ବର ୨୨/୨୧ର ରଫାଦଫା ପାଇଁ ଉକ୍ତ ଟଙ୍କା ଲାଞ୍ଚ ନେଉଥିଲେ । ୫ଶହ ଟଙ୍କିଆ ବଣ୍ଡଲ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଛି । ପରେ ସୁଶାନ୍ତଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିିଛି ।

Share this story