ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ରହିପାରିବେନି ପୁଲିସ ଅଫିସର; ତାଲିକା ମାଗିଛନ୍ତି ରାଜ୍ୟ ସରକାର

police officers job in stake in Odisha

ଓଡ଼ିଆ ଗସିପ ବ୍ୟୁରୋ: ଗୋଟିଏ ସ୍ଥାନରେ ୩ବର୍ଷ ରହିପାରିବେ ନାହିଁ ପୁଲିସ୍ ବାବୁ । ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ମଧ୍ୟ ରହିପାରିବେ ନାହିଁ । ଗାଦି ମଡ଼ା ଅଫିସରଙ୍କ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ବିଜ୍ଞପ୍ତି ।

ସବୁ ଜିଲ୍ଲାର ଏସ୍‌ପି ଓ କମିଶନରେଟ ପୁଲିସର ଡିସିପିମାନଙ୍କୁ ଏନେଇ ତଥ୍ୟ ଦେବା ପାଇଁ କୁହାଯାଇଛି । ପୁଲିସ୍ ପ୍ରାଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି ।

Share this story