ବିପଦ ବାରି ପାରି ପାଟି କରିଥିଲା ପରୀ

ବିପଦ ବାରି ପାରି ପାଟି କରିଥିଲା ପରୀ

ଓଡ଼ିଆ ଗସିପ୍ ବ୍ୟୁରୋ; ପରୀ ସାନ ସିନା ଥିଲା କିନ୍ତୁ ଆସନ୍ନ ବିପଦକୁ ଜାଣିପାରିଥିଲା । ସେଥିପାଇଁ ସେ ଜଲ୍ହାଦ କବଳରୁ ବର୍ତ୍ତିବା ପାଇଁ ଉଦ୍ୟମ କରିଥିଲା । ପାପି ଶଇତାନ କିନ୍ତୁ ତା ମଲା ଶରୀରଟାକୁ ବି ଛାଡ଼ି ନଥିଲା ଖିନ୍ ଭିନ୍ କଲା ପରେ ତାକୁ ଗାଁ ପୋଖରୀରେ ଫୋପାଡ଼ି ଦେଇଥିଲା  । ଏହା ହିଁ ହେଉଛି ନୟାଗଡ଼ ପରୀ ହତ୍ୟାକାଣ୍ଡର ସାଂରା ଯାହା ଆଜି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଏସଆଇଟି ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ସୂଚନା ଅନୁସାରେ ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିବା କଣ ସତେ? ସତରେ ସେ ଏପରିକି ମୃତଦେହ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ? ଏସଆଇଟି ମୁଖ୍ୟ କିନ୍ତୁ ସ୍ପଷ୍ଟ କହିଛନ୍ତି ସରୋଜନ ସବୁ ସତ ସତ ମାନି ନେଇଛି ।

ଏସଆଇଟି ସୂଚନା ଅନୁସାରେ ଜେରା ବେଳେ କୁଆଡ଼େ ଅଭିଯୁକ୍ତ ମାନିଛି ଯେ, ପରୀକୁ ପ୍ରଥମେ ହତ୍ୟା ଓ ପରେ ଦୁଷ୍କର୍ମ କରିଛି । ଅଭିଯୁକ୍ତର ଘର ପାଖରେ ଥିବା ଏକ ଜାମୁକୋଳି ଗଛ ପାଖକୁ ଗାଁର ଛୋଟ ଛୋଟ ପିଲାମାନେ କୋଳି ଖାଇବାକୁ ଆସି ଥାଆନ୍ତି । ପରୀ ବି ଆସିଥାଏ। ଘଟଣା ଦିନ ପରୀ ଏକୁଟିଆ ଆସିଥିଲା । ତାକୁ ଏକାଟିଆ ଦେଖି ଏବଂ ତାଘରେ କେହି ନଥିବାରୁ ଅଭିଯୁକ୍ତ ମନରେ ପାପ ଚିନ୍ତା ଆସିଥିଲା ।

ସେ ପରୀକୁ ତାଙ୍କ ଘରର ବାରିପଟେ ଥିବା ଘରକୁ ଡାକି ନେଇଥିଲା । ସେଠାରେ ତାର ଯୌନ ଲାଳସା ଚରିତାର୍ଥ କରିବାକୁ ପରୀ ପିନ୍ଧିଥିବା ଲେଗିନ୍ସ ଖୋଲିବାକୁ ଉଦ୍ୟମ କରିଥିଲା । ବିପଦ ବାରି ପାରି ପରୀ ପାଟିକରି କାନ୍ଦଥିଲା । ତାକୁ ଚୁପ କରିଦେବା ଲାଗି ଜୋରରେ ତାତଣ୍ଟି ଚିପି ଦେଇଥିଲା ଅଭିଯୁକ୍ତ । ଅଣନିଃଶ୍ବାସୀ ହୋଇ ପରୀର ମୃତ୍ୟୁ ଘଟିଥିଲା । ଏହାପରେ ‌ଯୌନପାଗଳ ଅଭିଯୁକ୍ତ ପରୀର ଶବ ସହ ଦୁଷ୍କର୍ମ କରିଥିଲା ।

ତେବେ ଆପଣ ଜାଣନ୍ତି ଏହା ପଛର ଅସଲ କାରଣ କଣ? ଯଦି ଏସଆଇଟି ତଥ୍ୟ ସତ ବୋଲି ଆମେ ମାନିଯିବା ତେବେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ ଘଟାଇଛି ଅଭିଯୁକ୍ତ । ଏପରି ଅମାନୁଷିକ କାଣ୍ଡ ଘଟାଇବା ପରେ ଧରାପଡ଼ିବା ଭୟରେ ପରୀକୁ ଅଖା ଭିତରେ ବାନ୍ଧି ଦେଇଥିଲା । ଆଉ ପରେ ତାକୁ ପୋଖରୀରେ ଏକ ଅଖାରେ ତାକୁ ପକାଇ ଦେଇଥିଲା । ପ୍ରଥମେ ପରୀର ଶବକୁ ଅଖାରେ ବାନ୍ଧି ପୋଖରୀରେ ଫୋପାଡ଼ି ସାରିବା ପରେ ଅଭିଯୁକ୍ତ ଦେଖିଲା ପରୀର ଲେଗିନ୍ସ ତାଘରେ ରହିଯାଇଛି। କିଛି ସମୟ‌ ପରେ ସେ ତାହାକୁ ନେଇ ପୋଖରୀରେ ଫୋପାଡ଼ି ଦେଇଥିଲା ବୋଲି କହିଛି ଅଭିଯୁକ୍ତ ସରୋଜ ସେଠୀ। ଯାହା ଆଜି କଟକ ପୋଲିସ ମୁଖ୍ୟାଳୟରେ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

Share this story