ଭୋର୍ ୪ଟାବେଳେ କୋର୍ଟରେ ହାଜର ହେଲା ପାପୀ ଗୋବିନ୍ଦ ; ବିଚାରବିଭାଗୀୟ ହାଜତରେ ଉଚ୍ଚାରଣ କରିବ ଜପନାମ୍....

Govind sahu

ଓଡିଆ ଗସିପ୍ ବ୍ଯୁରୋ: ଜେଲ୍ ଗଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ୫ ଦିନିଆ ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିଥିଲା ପୋଲିସ । ଆଉ କୋର୍ଟ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଫଳରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ଜେଲ୍ କୁ ନିଆଯାଇଥିଲା  ।

ପୂର୍ବରୁ ଜେଲରେ ଗୋବିନ୍ଦର ସହଯୋଗୀ ରାଧେକୁ ରଖାଯାଇଛି । ତେବେ ଆଜି ଗଣମାଧ୍ୟମ ଆଢୁଳରେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା ପୋଲିସ । ଗୋବିନ୍ଦକୁ ଗତ ରାତିରେ ବଲାଙ୍ଗିର ରିଜର୍ଭ ପୋଲିସ କ୍ୟାମ୍ପସରେ ରଖାଯାଇଥିଲା । ଆଜି ଭୋର୍ ୪ଟାବେଳେ ତାକୁ କୋର୍ଟ ନିଆଯାଇଥିଲା ।

ଗୋବିନ୍ଦକୁ କୋର୍ଟ ହାଜର କରିବା ପୂର୍ବରୁ ଗେଟ୍ ଆଗରେ ଗଣମାଧ୍ୟମ ପ୍ରତିନିଧି ଜଗି ରହିଥିଲେ । ହେଲେ ପୋଲିସ ସାମ୍ନା ଗେଟ୍ ଆଗରେ ଗୋଟିଏ ଗାଡ଼ି ରଖି ଦେଇ ପଛ ଗେଟ୍ ବାଟେ ଗୋବିନ୍ଦକୁ କୋର୍ଟ ନେଇଯାଇଥିଲେ । ତେବେ କାହିଁକି ଗୋବିନ୍ଦକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଆଢୁଆଳରେ ନିଆଗଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

Share this story