ଲିମିଟ କ୍ରସ କଲା 'ନୋ ଲିମିଟ' ଡ୍ୟାନ୍ସ ବାର; ବାର ଭିତରେ ଦେହ ଡିଲ !, ଆକ୍ସନ ମୋଡ଼ ରେ ପୋଲିସ...
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ସବୁ ନିୟମକୁ ଯେମିତି ଫୁ କରିଚାଲିଛନ୍ତି ରାଜଧାନୀର ପବ୍ ମାଲିକ । ଫୁଙ୍ଗୁଳା ଦେହରେ ଉଡୁଛନ୍ତି ପୁଳା ପୁଳା ଟଙ୍କା । ତାହା ପୁଣି ରାଜଧାନୀ ପବ୍ ରେ ହେଉଛି ରେଭ ପାର୍ଟି । ଦେହବେପାର ପାଇଁ କରାଯାଉଛି ବାରଗାର୍ଲଙ୍କୁ ବାଧ୍ୟ । ଖବର ପାଇ ତନାଘନା କରିଛି ଅବକାରୀ ବିଭାଗ । ଚଢ଼ାଉ କରି ସିଲ କରିଛି ବିଭାଗ । ସେପଟେ ଅମାନିଆଙ୍କ ପାଇଁ ଅବକାରୀ ଟିମ ବ୍ୟବହାର କଲା ବଡ଼ି କ୍ୟାମେରା ।
- ରାଜଧାନୀର ରଙ୍ଗିନ ରାତିରେ ଚାଲିଛି ରେଭ ପାର୍ଟି
- ପ୍ରାଇଭେଟ ପାର୍ଟିରେ ଉଡୁଛି ଲକ୍ଷ ଲକ୍ଷ ଟଙ୍କା
- ଦେହ ବେପାରରେ ଲାଗୁଛନ୍ତି ସୁନ୍ଦର ତରୁଣୀ
- ଅବକାରୀ ବିଭାଗର ନିୟମକୁ ବାର ମାଲିକଙ୍କ ଆଖି ଠାର
- ସେପଟେ ନିଶାସକ୍ତଙ୍କୁ ସାବାଡ଼ ପାଇଁ ବ୍ୟବହାର ହେଲା ବଡ଼ି କ୍ୟାମେରା
ରାତି ଯେତିକି ବଢୁଛି ରାଜଧାନୀରେ ତାତି ବି ସେତିକି ବଢୁଛି । ଶୀତୁଆ ରାତିକୁ ଗରମ କରୁଛି ନିଶା ସାଙ୍ଗକୁ ଯୌନ ଉଦ୍ଦୀପକ ନୃତ୍ୟ । ଆଉ ଏଥିରେ ଜଡି ହୋଇ ରହୁଛନ୍ତି ଟୋକା ଠାରୁ ବୁଢ଼ା । ବାର ଗାର୍ଲ ଙ୍କ ଉପରେ ଉଡାଯାଉଛି ଲକ୍ଷ ଲକ୍ଷ ଟଙ୍କା । କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଛକରେ ଥିବା ଏ ବାର ର ଦୃଶ୍ୟ ଦେଖନ୍ତୁ । ବେଧଡକ ଭାବେ ଚାଲିଛି ପ୍ରାଇଭେଟ ପାର୍ଟି । ଖୁଲମଖୁଲା ବାର ଗାର୍ଲଙ୍କୁ ଦେହବେପାର ପାଇଁ ବାଧ୍ୟ କରୁଛନ୍ତି ନିଶାରେ ଚୁର ଥିବା ଗରାଖ । ବେଶ ସମ୍ଭ୍ରାନ୍ତ ଶ୍ରେଣୀର ତଥା ପ୍ରତିଷ୍ଠିତ ବ୍ୟବସାୟୀ ଗତକାଲି ରାତିରେ ଚଳାଇଥିଲେ କ୍ଲୋଜ ଡୋର ପାର୍ଟି । ନିଶାସକ୍ତ ଅବସ୍ଥାରେ ବାର ଗାର୍ଲଙ୍କ ଚେଜିଂ ରୁମ ଭିତରକୁ ମଧ୍ୟ ପଶିଯାଉଥିଲେ ଗରାଖ । ଆଉ ଏ ନେଇ ନିଜେ ବାର ଗାର୍ଲ ମାନେ ଅବକାରୀ ବିଭାଗକୁ ଖବର ଦେବା ପରେ ହୋଇଥିଲା ଚଢ଼ାଉ ।
ଅବକାରୀ ଟିମକୁ ଦେଖି ଚତୁରତାର ସହ ବାର ବନ୍ଦ କରିଦେଇଥିଲେ କର୍ମଚାରୀ । କିନ୍ତୁ ଭିତରେ ପ୍ରକୃତରେ ଚାଲିଥିଲା କଣ', ସେ ନେଇ ଆଜି ହୋଇଛି ସିସିଟିଭି ର ପୁଙ୍ଖାନୁପୁଙ୍ଖ ଯାଞ୍ଚ । ଭାଲେଣ୍ଟାଇନ ଡେ' ରାତିରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଧରଣର ଘଟଣା । ପ୍ରାଇଭେଟ ପାର୍ଟିରେ ଚଢ଼ାଉ କରିବାରୁ ପୋଲିସ ଉପସ୍ଥିତିରେ ଅବକାରୀ ବିଭାଗ ର ଅଫିସରଙ୍କୁ ହୋଇଥିଲା ଆକ୍ରମଣ । ପରେ ଡ୍ୟାନ୍ସ ପବ୍ ମ୍ୟାନେଜର ଙ୍କୁ ଗିରଫ କରିବା ସହ ପବ୍ କୁ କରାଯାଇଥିଲା ସିଲ । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା ।
ପୂର୍ବରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଥିବା ବେଳେ ଏବେ ଫୁଲ ଆକ୍ସନ ଦେଖାଇଛି ଅବକାରୀ ବିଭାଗ । ଅଫିସର ମାନେ ଦେହରେ ଲଗାଇଛନ୍ତି ବଡ଼ି କ୍ୟାମେରା । ଏହି ବଡ଼ି କ୍ୟାମେରାର ବ୍ୟବହାର ଫଳରେ ଅପରାଧ ରୋକିବା ସହ ଖିଲାପିଙ୍କ ଉପରେ ଲଗାମ ଲାଗିପାରିବ ବୋଲି ପୋଲିସ କହିଛି । ପ୍ରାଥମିକ ଭାବେ ଖୋର୍ଦ୍ଧା ଓ ଭୁବନେଶ୍ୱର ଅବକାରୀ ଟିମ ଆରମ୍ଭ କରିଛି ଏ ଅଭିନବ ପଦକ୍ଷେପ । ସେପଟେ ଆଜି ସନ୍ଧ୍ୟା ବେଳେ ଅବକାରୀ ଟିମ ଘଟଣାସ୍ଥଳରେ ପହଂଚିବା ସହ ବାର କୁ ସିଲ କରିଛନ୍ତି । ସିସିଟିଭି କାମ କରୁନଥିବା ମଧ୍ୟ ଜଣାପଡିଛି । ଆଗାମୀ ଦିନରେ ପବ୍ ଲାଇସେନ୍ସ ରଦ୍ଦ ପାଇଁ ଜିଲ୍ଲାପାଳ ଙ୍କୁ ଚିଠି ଲେଖାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।
.png)
