ବାଃ ବାଃରେ ଓଡ଼ିଶା ପୋଲିସ; ଧନ୍ୟ ତମ ନିଳା ଖେଳା, ମଲା ଲୋକବି ଛାଡୁନ: ଭାଙ୍ଗ ଖାଇ ରିପୋର୍ଟ ପ୍ରସ୍ତୁତ କରୁଛି କି?

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁଲ୍ କଲେ ଶାସ୍ତି ତ ମିଳିବ । ସେ ନେତା-ଅଭିନେତା ଅବା ପୋଲିସ ପ୍ରଶାସନ ଯିଏ ହୁଅନ୍ତୁ ନା କାହିଁକି । ଏମିତି ଏକ ବଡ଼ ଭୁଲ୍ କରି ସମାଲୋଚନାର ଶିକାର ହୋଇଛି ଓଡ଼ିସା ପୋଲିସ ପ୍ରଶାସନ । ଜଣେ ମୃତ ପୋଲିସ କର୍ମଚାରୀଙ୍କ ନା ବାହାରିଛି ଏକ ବଦଳି ତାଲିକାରେ । ଆଉ ଏହି ଖବର ଜଣା ପଡ଼ିବା ପରେ ଏବେ ଚାରିଆଡୁ ଖାଲି ସମାଲୋଚନା ।
nullName of a police officer, who died last year, was figured in a transfer order on Tuesday, much to the embarrassment of #Odisha police. A corrigendum has been issued. #DeadCopTransferred pic.twitter.com/igVFDpxlFa
— Debabrata Mohapatra (@DebabrataTOI) June 1, 2021
ଖବର ଅନୁସାରେ ଗତବର୍ଷ ପ୍ରାଣ ହରାଇଥିବା ଜଣଏ ପୋଲିସ କର୍ମୀଙ୍କୁ ଏବେ ବଦଳି କରାଯାଇଛି । ସ୍ପେଶାଲ ଇଣ୍ଡିଆ ରିଜର୍ଭ-SIR ବାଟାଲିୟନ କୋରାପୁଟରେ ସୁବେଦାର ପଦବୀରେ ଥିବା କମପଲ ନାୟକଙ୍କ ଗତବର୍ଷ ମୃତ୍ୟୁ ଘଟିଛି । ଏବେ କିନ୍ତୁ ଓଡ଼ିଶା ପୋଲିସର ଏକ ବଦଳି ତାଲିକାରେ ମୃତ ପୋଲିସ କର୍ମଚାରୀଙ୍କ ନାଁ ରହିଛି ।
ସାମାଜିକ ଗଣମାଧ୍ୟମରେ ଏନେଇ ଖବର ଭାଇରାଲ ହେବା ପରେ ନିନ୍ଦିତ ହୋଇଛି ଓଡ଼ିଶା ପୋଲିସ । ଜଣେ ଆଇଜିଙ୍କ ନେତୃତ୍ୱରେ ପୋଲିସ ବିଭାଗର ନିଯୁକ୍ତି, ବଦଳି ଓ ଅଭିଯୋଗ ସମ୍ପର୍କୀୟ ସମସ୍ତ କାଗଜପତ୍ର ଯାଞ୍ଚ ହେଉଥିବା ବେଳେ କେମିତି ଏତେ ବଡ଼ ଭୁଲ୍ ହୋଇଗଲା ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।
ସେପଟେ ଏହି ଘଟଣାରେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଏହା ଗୁରତର ତ୍ରୁଟି । ଆମେ ଏହାକୁ ମାନୁଛୁ, ଅର୍ଡର ପୂର୍ବରୁ ଯାଞ୍ଚ ଜରୁରୀ ଥିଲା ଆଗକୁ ଏଥିପ୍ରତି ବିଶେଷ ଧ୍ୟାନ ଦେବୁ । ଏହା ସହ ସଂପୃକ୍ତ ଅଧିକାରୀଙ୍କ କହିବା କଥା ଭୁଲ୍ ବଶତଃ ଏହା ହୋଇଛି, ଟାଇପୋ ରିଲେଟେଡ ଇସ୍ୟୁ ଥିବା କଥା ମଧ୍ୟ ଦୋହରାଇଛନ୍ତି ।
ଏହା ପୂର୍ବରୁ ମଧ୍ୟ ପୋଲିସ ପ୍ରଶାସନ ନିନ୍ଦିତ ହୋଇଥିଲା , ଯେତେବେଳେ ମୟୂରଭଞ୍ଜର ଜଣେ ମହିଳା ସବ୍ ଇନସ୍ପେକ୍ଟରଙ୍କୁ ପ୍ରମୋସନ ଦିଆଯାଇଥିଲା, ପରେ ଜଣାପଡ଼ିଥିଲା ଯେ ସଂପୃକ୍ତ ମହିଳା ପୋଲିସ କର୍ମଚାରୀ ଜଣଙ୍କ ଜଣେ ଗର୍ଭବତୀ ମହିଳାଙ୍କୁ ହେଲମେଟ୍ ପିନ୍ଧିନଥିବାରୁ 3 କିମି ଚଲାଇଥିଲ ।