ଦେହର ଭୋକ ମେଣ୍ଟାଇବାକୁ ନେଇ ନର-କିନ୍ନର ଗଣ୍ଡଗୋଳ; ଦୁଇ ଜଣଙ୍କୁ ଜୀବନରୁ ମାରିଦେଲେ

ଓଡ଼ିଆ ଗସିପ୍ ବ୍ୟୁରୋ: ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ସୋତି ଗାଁ ନିକଟରେ ଘଟିଥିବା ଡବଲ ମର୍ଡ଼ର ଘଟଣାର ପର୍ଦାଫାସ ହୋଇଛି । ଯୌନ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା କହିଛି ପୋଲିସ । ଦୁଇ ଜଣ କିନ୍ନରଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସେପ୍ଟେମ୍ବର ୩ ତାରିଖ ସକାଳେ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ମାନସ ଦାସଙ୍କ ମୃତ ଦେହ ପଡି଼ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ନଅ ଦିନର ତଦନ୍ତ ପରେ ଏହି ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୋଲିସ । କିଛି ଯୁବକ ଓ କିନ୍ନରଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ନେଇ ବଚସା ଓ ପରେ ମାରପିଟ୍ ହୋଇଥିଲା ।
ଯାଜପୁର ଏସ୍.ପି. ରାହୁଲ୍ ପି.ଆର୍. କହିଛନ୍ତି ଯେ ଦୁଇ କିନ୍ନର ଓ ଅନ୍ୟ ପାଞ୍ଚ ଜଣ ମିଶି ଦୁଇ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକୁ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ସେମାନେ ଦୁହିଁଙ୍କ ଶବକୁ ଗୋଟେ ନିର୍ମାଣାଧୀନ ପୋଲ ଉପରେ ଥୋଇଦେଇ ଚାଲିଯାଇଥିଲେ ।
ସାଇଣ୍ଟିଫିକ୍ ଟିମର ତଦନ୍ତ ଓ କଲ୍ ରେକର୍ଡ଼ ଯାଞ୍ଚ ପରେ ଘଟଣାର ସତ୍ୟ ଜଣାପଡ଼ିଥିଲା ଓ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି ।