ପୋଖରୀରୁ ନିଖୋଜ ପୂର୍ବତନ ମହିଳା ନାଏବ ସରପଞ୍ଚଙ୍କର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜାଚାଲିଛି...

naib sarpanch dead body recovered

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ ଖିରେଇଟାଙ୍ଗିରୀ ଗାଁ ପୋଖରୀରୁ ଭାସୁଥିବା ଅବସ୍ଥାରେ ଖିରେଇଟାଙ୍ଗୀରୀ ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ଲକ୍ଷ୍ମୀପ୍ରିୟା ଓ ସ୍ଵାମୀ ଗିରିଧାରୀ ମହାନ୍ତଙ୍କ ମଧ୍ୟରେ ସମୟ ସମୟରେ କଳହ, ଝଗଡ଼ା ଲାଗିରହୁଥିଲା । ଗତ ୨ ଦିନ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ଲକ୍ଷ୍ମୀପ୍ରିୟା ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ଖୋଜାଖୋଜି ପରେ ମଧ୍ୟ ଲକ୍ଷ୍ମୀପ୍ରିୟା ମିଳିନଥିଲେ ।

ଅଧିକ ପଢ଼ନ୍ତୁ : ସୀମା ଟପିଲା ବର୍ବରତା: ମହିଳା ବାନ୍ଧବୀଙ୍କୁ ହତ୍ଯା କରି ଶବକୁ ଖଣ୍ଡ ଖଣ୍ଡ କରି କୁକରରେ ସିଝାଇଲା ପ୍ରେମିକ

ତେବେ ଗତକାଲି ରାତିରେ ଗାଁ ପୋଖରୀରେ ଲକ୍ଷ୍ମୀପ୍ରିୟାଙ୍କ ଶବ ଭାସୁଥିବା ଦେଖି ଗାଁ ଲୋକ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଗାଁ ପୋଖରୀରୁ ଲକ୍ଷ୍ମୀପ୍ରିୟାଙ୍କ ଶବକୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣାରେ ତୁରୁମୁଙ୍ଗା ପୁଲିସ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Share this story