ରହସ୍ୟ ବଢାଇଲା ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଅଢେଇ ଫୁଟ ପାଣିରେ କେମିତି ବୁଡ଼ିବ ଆମ ଝିଅ, ଏପରି ଅଭିଯୋଗ ଆଣିଲା ପରିବାର

mystery shrouds regarding chandrika hembram death after post morterm report comes to fore

ଓଡ଼ିଆ ଗସିପ ବ୍ୟୁରୋ: ପାଣିରେ ବୁଡି ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ଚନ୍ଦ୍ରିକା । ହେଲେ ଆଜି ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ୟୁର ରହସ୍ୟ କିଛି ଅଲଗା ପ୍ରତୀତ ହେଉଛି । ମେଡିକାଲ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।

ପୋଷ୍ଟମର୍ଟମ ରିପୋର୍ଟକୁ ଗ୍ରହଣ କରୁନାହାଁନ୍ତି ପରିବାର । ନାନା ପ୍ରଶ୍ନ ଉଠାଇବା ସହ କହିଛନ୍ତି, ମୃତଦେହ ମିଳିବା ସ୍ଥାନରେ କମ ପାଣି ଥିଲା।  ଏତେ ଉଚ୍ଚରୁ ଡେଇଁ ଅଳ୍ପ ପାଣିରେ ବୁଡ଼ିବା ଅସମ୍ଭବ । ଚନ୍ଦ୍ରିକାଙ୍କୁ ପାଣିରେ ଜୋର ଜବରଦସ୍ତ ବୁଡ଼ାଇ ହତ୍ୟା କରାଯାଇଥାଇପାରେ । ନହେଲେ ଅନ୍ୟ କେଉଁଠି ଶ୍ୱାସରୁଦ୍ଧ କରି ହତ୍ୟା କରି ସେଠି ଫୋପାଡ଼ି ଦିଆଯାଇ ଥାଇପାରେ ବୋଲି ଆଶଙ୍କା କରିଛନ୍ତି ଚନ୍ଦ୍ରିକାଙ୍କ ଭାଇ ।

ଅନେକ ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ଚନ୍ଦ୍ରିକାଙ୍କ ମୃତ୍ୟୁ ରହସ୍ୟ। ନଦୀରେ ମାତ୍ର ଅଢେଇ ଫୁଟ୍ ପାଣି ଥିଲା। ସେଠି ବୁଡ଼ି ମୃତ୍ୟୁ ହେଲା କେମିତି ? ବ୍ରିଜରୁ ପ୍ରାୟ ୪୦ ଫୁଟ୍ ତଳେ ପଡ଼ିବା ପରେ ବି ଶରୀରରେ କାହିଁକି ନଥିଲା ଗୁରୁତର ଆଘାତ ? ଯାହା ସନ୍ଦେହକୁ ଆହୁରି ବଢାଇଥିବା ବେଳେ ପୋଲିସ କହୁଛି, କେବଳ ପୋଷ୍ଟମର୍ଟମ ନୁହେଁ, ଭିସେରା ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ପ୍ରକୃତ କାରଣ। 

ସେପଟେ ଘଟଣାର ସପ୍ତାହେ ପରେ ବି ପୋଲିସ ରାଡାର ବାହାରେ ଚନ୍ଦ୍ରିକାଙ୍କ ପ୍ରେମିକ ତଥା ଓଏଏସ୍ ଅଫିସର ଭୀମସେନ ଟୁଡୁ। କେଉଁଠି ଲୁଚିଛନ୍ତି ? କିଏ କରୁଛି ସହଯୋଗ ? କାହିଁକି ଧରିପାରୁନି ପୋଲିସ ? ଭୀମସେନ ଟ୍ରେନିଂ ନେଉଥିବା ଗୋପବନ୍ଧୁ ପ୍ରଶାସନ ଏକାଡେମୀରେ ବି ସେ ନଥିବା ସୂଚନା ମିଳିଛି। ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ଦିନଠୁ ସେ ଟ୍ରେନିଂ ଅଧାରୁ ଛାଡ଼ି ଫେରାର ମାରିଛନ୍ତି। ... 

ପାଣିରେ ଅଣନିଃଶ୍ବାସୀ ହୋଇ ଚନ୍ଦ୍ରିକା ପ୍ରାଣ ହରାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ପରେ ସାମନାକୁ ଆସିଛି ନୂଆ ଟ୍ବିଷ୍ଟ। କେମିତି ଜଣାପଡିବ ପ୍ରକୃତରେ ଚନ୍ଦ୍ରିକାଙ୍କ ମୃତ୍ୟୁ କେଉଁଠି ଆଉ କେମିତି ହୋଇଛି ? ପୋଷ୍ଟମର୍ଟମ ରିପୋର୍ଟରେ ଏହା ଜଣାପଡିଯାଏ ନା ଏଥିପାଇଁ ଆଉ କିଛି ପରୀକ୍ଷା ଦରକାର ? ଏହା କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। 

ଏବେ ଅପେକ୍ଷା କେବେ ଧରାପଡୁଛନ୍ତି ଓଏଏସ୍ ଅଫିସର ଭୀମସେନ ଟୁଡୁ ଏବଂ ଚନ୍ଦ୍ରିକା ମର୍ଡର ମିଷ୍ଟ୍ରି ଉପରୁ କେବେ ଉଠୁଛି ପରଦା । 

Share this story