'ଆମ ଝିଅ କୁ ମାରିଦେଲେ', ଏମିତି କାନ୍ଦି କାନ୍ଦି ପୋଲିସକୁ ଗୁହାରି କଲେ ପରିବାର ଲୋକେ...

my daughter killed

ଓଡ଼ିଆ ଗସିପ ବ୍ୟୁରୋ: ଆମ ଝିଅକୁ ମାରିଦେଲେ । ସେ କାହାର କଣ ଦୋଷ କରିଥିଲା । ଏହା ପଛର ଦୋଷୀକୁ ଧର । ତାକୁ ଯୌତୁକ ନିର୍ଯାତନା ଦେଇ ମାରିଦେଲେ । ଏମିତି କାନ୍ଦି କାନ୍ଦି ପୋଲିସ ସମ୍ମୁଖରେ ଗୁହାରି କରିଛନ୍ତି ପରିବାର ଲୋକେ । ଦୋଷୀକୁ ଯଥାଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି ।

ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ । ଝିଅର ପରିବାର ଲୋକେ ଥାନାରେ କଲେ ଏଭଳି ସଙ୍ଗିନ ଅଭିଯୋଗ । ମୃତା ମହିଳା  ହେଉଛନ୍ତି ସୁଶ୍ରୀ ସଂଗୀତା ବସ୍ତିଆ । କଳିଙ୍ଗ ବିହାର k9 ର ଏକ ଘର ଭଡା ନେଇ ଶାଶୁ, ଶଶୁର, ସ୍ୱାମୀ ଓ ନଣନ୍ଦ ଙ୍କ ସହ ରହୁଥିଲେ ସୁଶ୍ରୀ ।

ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ଶୁଶ୍ରୀ । ଗତକାଲି ରାତିରେ ଘରୁ ଭିତର ପଟୁ କବାଟ ଦେଇ ସୁଶ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୁଶ୍ରୀଙ୍କ ଶାଶୁ କହିଛନ୍ତି । ପରେ ଘରର କବାଟ ଭାଙ୍ଗି ସୁଶ୍ରୀଙ୍କ ସ୍ୱାମୀ ଓ ଶଶୁର ଏମ୍ସ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କିନ୍ତୁ ସୁଶ୍ରୀଙ୍କ ବାପା, ମାଆ, ଭାଇ କିନ୍ତୁ ଏକଥା ମାନିବାକୁ ନାରାଜ । ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି । ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଏମ୍ସରେ ମୃତଦେହର ବ୍ୟବଛେଦ ଚାଲିଛି । 

Share this story