ନାବାଳକକୁ ଅପହରଣ କରିନେଇ ବିବାହ କଲେ ୧୯ ବର୍ଷୀୟା ଯୁବତୀ, ବଳପୂର୍ବକ ରଖିଲେ ସମ୍ପର୍କ; ତା ପରେ ଯାହା ଘଟିଲା ବହିରେ ଲେଖା ହେବ...

shame on woman
ଓଡ଼ିଆ ଗସିପ ବ୍ୟୁରୋ: ନାବାଳକଙ୍କୁ ଅପହରଣ ପରେ ଜୋର ଜବରଦସ୍ତ ବିବାହ କରିବା ଏବଂ ଯୌନ ନିର୍ଯାତନା ଭଳି ଜଘନ୍ୟ ଖବର ତାମିଲନାଡୁରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୌନ ଶୋଷଣ ଅଭିଯୋଗରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ଜଣେ ୧୭ ବର୍ଷର ନାବାଳକକୁ ନେଇ ଫେରାର ହୋଇଯିବା ପରେ ବଳପୂର୍ବକ ବିବାହ କରିଥିଲା । ପୋଲିସ ମାମଲାର ଯାଞ୍ଚ କରି ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।

ଏହି ଘଟଣା ତାମିଲନାଡୁର ପୋଲାଚୀ ଅଞ୍ଚଳରେ ଘଟିଛି । ରିପୋର୍ଟ ଅନୁଯାୟୀ, ୧୯ ବର୍ଷୀୟା ଏହି ଯୁବତୀଙ୍କୁ ପୋକ୍ସୋ ଆଇନ ଅନୁଯାୟୀ ଗିରଫ କରିଛି ପୋଲିସ । ୧୭ ବର୍ଷର ଜଣେ ନାବାଳକକୁ ବଳପୂର୍ବକ ଉଠାଇ ନେଇ ଫେରାର ହେବା ଏବଂ ବିବାହ କରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ଯୁବତୀଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟ ଲଗାଯାଇ ଗିରଫ କରାଯାଇଥିବା କହିଛି ପୋଲିସ ।

ସୂଚନା ଅନୁଯାୟୀ, ଉଭୟ ପୋଲାଚୀର ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପରିଚିତ ହୋଇଥିଲା । ଉଭୟ ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲା ସମ୍ପର୍କରେ ଥିଲେ । ଉଭୟ ଗତ ଗୁରୁବାର ଦିନ ବିବାହ କରିଥିଲେ । ଉଭୟ କୋଏମ୍ବାତୁରର ସିମ୍ମେଦୁରେ ଘର ଭଡା ନେଇ ରହୁଥିଲେ । ନାବାଳକଙ୍କ ମା ପୁଅ ନିଖୋଜ ନେଇ ଥାନାରେ ମାମଲା ରୁଜୁ କରିଥିଲେ । ଉଭୟଙ୍କୁ ଏ ବାବଦରେ ଜଣାପଡିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ପୋଲିସ ପୋକ୍ସୋ ଆଇନ ଅନୁଯାୟୀ, ନାବାଳକକୁ ବିବାହ ପାଇଁ ପ୍ରବର୍ତ୍ତାଇବା ଏବଂ ବଳପୂର୍ବକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାକୁ ଗମ୍ଭୀରତାର ସହ ନେଇ ଅଧିକ ତଦନ୍ତ ଜାରି ରଖିଛି ।

Share this story