ଝରାଫୁଲକୁ ଖୋଜୁଛି ମୟୂରଭଞ୍ଜ, ରାଜଧାନୀରେ ଅଛି ସୁରାକ?

ଓଡ଼ିଆ ଗସିପ୍ ବ୍ଯୁରୋ: ସେ ଆଉ ନାହିଁ, ସେଥିପାଇଁ ତ ଏତେ ଖୋଜା ପଡ଼ିଛି । ଗାଁଠୁ ସହର, ସ୍କୁଲ ଠୁ କଲେଜ ସବୁଠି ଏବେ ଝରାଫୁଲକୁ ଝୁରି ହେଉଛନ୍ତି ପରିବାର, ଆତ୍ମୀୟ ସ୍ବଜନ ଓ ସାଙ୍ଗସାଥି, ଚିହ୍ନା ପରିଚିତ । ସେ କଣ ଆଉ ଫେରିବ । ଅଫେରା ରାଇଜକୁ ଫେରିଯାଇଛି । ଆଉ କେବେ ଫେରିବନି । ସେ ଫେରୁ ନ ଫେରୁ କିନ୍ତୁ ତା ଅତୃପ୍ତ ଆତ୍ମାକୁ ଶାନ୍ତି ମିଳୁ ଏବେ ଏହି କଥା ସମସ୍ତେ ଚାହାନ୍ତି । କାହିଁକିନା ଅଲିଅଳି ଝିଅକୁ ହରାଇ ମ୍ରିୟମାଣ ହୋଇ ପଡ଼ିଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ । ଝିଅକୁ ନ୍ଯାୟ ପ୍ରଦାନ ପାଇଁ ଥାନାକୁ ନିଇତି ଧାଉଁଛନ୍ତି ।
କଣ ଘଟିଥିଲା ସେ ଦିନ?
ଝରାଫୁଲଙ୍କ ବାପା କହିଥିଲେ ଯେ ୨୬ ତାରିଖ ପାଖାପାଖି ଦିନ ୧୨ଟାରୁ ଝିଅ ଫୋନ ଉଠାଉନଥିଲେ । ଆଉ ସେହିଦିନ ରାତି ୧୨ଟା ପରେ ମେସେଜ୍ ରେ ଦେଇଥିଲେ ରିପ୍ଲାଏ । ସେପଟେ ଲୋକାଲ ଗାଡିୟନଙ୍କ କହିବା ହିସାବରେ ଝରାଫୁଲଙ୍କ ବାପା ମିଛ କାହିଁକି କହିଥିଲେ ଝିଅ ପହଞ୍ଚିଯାଇଛି ବୋଲି?
ସେପଟେ ଝରାଫୁଲ ମୃତ୍ୟୁ ମାମଲାରେ କୁଆଖିଆ ପୋଲିସ ଏକ ହତ୍ଯା ମାମଲା ରୁଜୁ କରି ଜାରି ରଖିଛି ଖୋଳତାଡ଼ । ମୃତଦେହ ମିଳିଥିବା ଅଞ୍ଚଳର ସିସିଟିଭି ଫୁଟେଜ୍ ସହ ଗେଷ୍ଟହାଉସ, ରେସ୍ତୋଁରା ଏବଂ ଆଉ କିଛି ସ୍ଥାନର ସିସିଟିଭି ଫୁଟେଜ୍ କୁ ଧରି ପ୍ରମାଣ ଯୋଗାଡ଼ କରୁଛି ପୋଲିସ ।
ଅନ୍ଯପଟେ ବହୁଚର୍ଚ୍ଚିତ ଝରାଫୁଲ ନାୟକ ମୃତ୍ଯୁ ମାମଲାରୁ କେବେ ଉଠିବ ପରଦା? ରମାଦେବୀରେ ପଢୁଥିବା ମୟୂରଭଞ୍ଜର ଏ ମେଧାବୀ ଛାତ୍ରୀର ସନ୍ଦେହଜନକ ମୃତ୍ଯୁ ଉପରୁ କେବେ ରହସ୍ଯ ଫିଟାଇବ ପୋଲିସ? ପୁରା ରାଜ୍ଯବାସୀଙ୍କ ନଜର ଏ ଘଟଣା ଉପରେ ଥିବା ବେଳେ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଝରାଫୁଲର ବୟଫ୍ରେଣ୍ଡ୍ ଅଭିଯୁକ୍ତ ରାକେଶ ସ୍ବାଇଁ ବ୍ଯବହାର କରିଥିବା ସ୍କୁଟିକୁ ଜବତ କରିଛି ପୋଲିସ ।
ଇଏ ସେହି ଲାଲ ଲଙ୍ଗର ସ୍କୁଟି, ଯେଉଁଥିରେ ଭୁବନେଶ୍ୱରରୁ ଯାଜପୁର ନେଇ ଡେଡବଡି ଫିଙ୍ଗିଥିଲା ରାକେସ୍ । ଗତକାଲି ଭୁବନେଶ୍ୱର ସୁନ୍ଦରପଦାର ଏକ ପରିତ୍ଯକ୍ତ ସ୍ଥାନରୁ ଏ ଗାଡ଼ିକୁ ଉଦ୍ଧାର କରିଛି ପୋଲିସ । ଏଥିରୁ ଯାହା ଜଣାପଡୁଛି ଯେ ହତ୍ୟାକାଣ୍ଡର ମିଷ୍ଟ୍ରି ଭୁବନେଶ୍ୱର ରେ ବି ଲୁଚି ରହିଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ଏଥିରୁ ପୋଲିସ ରହସ୍ୟ ଉନ୍ମଚନା କରୁ ବୋଲି ଦାବି ହେଉଛି ।