କବାଟ ବାଟେ ଯୌନାଙ୍ଗ ଗଳାଇ କରିଥିଲା ୪୧ ଜଣଙ୍କୁ ଦୁଷ୍କର୍ମ, ହିଷ୍ଟ୍ରିଆକୁ ୧୦୮୮ ବର୍ଷର ଜେଲଦଣ୍ଡ ଶୁଣାଇଲା କୋର୍ଟ

serial killer

ଓଡ଼ିଆ ଗସିପ ବ୍ୟୁରୋ: ସିରିଏଲ୍‌ ରେପିଷ୍ଟକୁ ମହାଦଣ୍ଡ । ଦେଶର ସବୁଠୁ ଦୀର୍ଘ ଜେଲଦଣ୍ଡ ଶୁଣାଇଲେ କୋର୍ଟ । ୫ ବର୍ଷ କି ଆଜୀବନ ନୁହେଁ ବରଂ ୫ ଜନ୍ମ ପାଇଁ ମିଳିଲା କାରାଦଣ୍ଡାଦେଶ । ଏହି ଦଣ୍ଡ ଭୋଗିବାକୁ ହେଲେ କଏଦୀକୁ ଅତିକମରେ ୫ଟି ଜନ୍ମ ନୋବକୁ ପଡ଼ିବ । ଏକଥା ଆମେ କହୁନୁ ଖୋଦ କୋର୍ଟ ଶୁଣାଇଥିବା ଦଣ୍ଡାଦେଶରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି ।

ଜଣେ ସିରିଏଲ୍‌ ରେପିଷ୍ଟ (ଦୁଷ୍କର୍ମକାରୀ)କୁ ୧୦୮୮ ବର୍ଷର ଜେଲ୍‌ ଦଣ୍ଡ ମିଳିଛି । କିନ୍ତୁ ଦୋଷୀକୁ ଦଣ୍ଡ ମିଳିବା ପରେ କୋର୍ଟ ପରିସରରେ ଖୁସି ଦେଖିବାକୁ ମିଳିଛି । ଉପସ୍ଥିତ ଲୋକେ ପରଷ୍ପରକୁ ଆଲିଙ୍ଗନ କରିବା ସହ ଖୁସିରେ କାନ୍ଦିପକାଇଥିବା ଜଣାପଡ଼ିଛି । ଘଟଣାଟି ଦକ୍ଷିଣ ଆଫ୍ରିକାର ହୋଇଥିବା ବେଳେ ଦୁଷ୍କର୍ମକାରୀ ସେଲୋ ଆବ୍ରାମ୍‌ ମାପୁନ୍ୟାକୁ ଦଣ୍ଡ ଶୁଣାଇଛନ୍ତି ପ୍ରିଟୋରିଆର ଗୌତେଙ୍ଗ ହାଇକୋର୍ଟ ।

୩୩ ବର୍ଷୀୟ ଅଭିଯୁକ୍ତକୁ କେବଳ ଦୁଷ୍କର୍ମ ପାଇଁ ୯୮୮ ବର୍ଷର ୫ଟି ଆଜୀବନ ଜେଲ ଦଣ୍ଡ ମିଳିଛି । ତା ବିରୋଧରେ ୫ ବର୍ଷରେ ୫୬ଟି ଡକାୟତି ମାମଲା,  ୪୧ଟି ଦୁଷ୍କର୍ମ ମାମଲା, ୪୦ ଘର ଭାଙ୍ଗି ପଶିବା ମାମଲା ମଧ୍ୟ ରହିଛି । ପ୍ରିଟୋରିଆରେ ନିଜ ପ୍ରେମିକା, ୮ ବର୍ଷର ପୁଅ ଏବଂ ୪ ବର୍ଷର ଝିଅ ସହ ରହୁଥିବା ବେଳେ ଏହି ସବୁ ଜଘନ୍ୟ କାଣ୍ଡ କରିଛି ମାପୁନ୍ୟା । ସେ ଏହି ସବୁ ଅପରାଧ ୨୦୧୪ରୁ ସିଲଭରଟନ୍, ନେଲମାପିଅସ୍, ଆଟେରିଜଭିଲ୍, ମ୍ୟାମେଲୋଡି ଏବଂ ଅଲିଭେନହାଉଟବୋସରରେ କରିଆସୁଛି ।

୨୦୧୯ରେ ଫୋନ୍‌ ଚୋରି ମାମଲାରେ ମାପୁନ୍ୟା ପୋଲିସର ରାଡାରକୁ ଆସିଥିଲା । ଦୁଷ୍କର୍ମକୁ ନେଇ କୋର୍ଟରେ ସାକ୍ଷ୍ୟ ଗ୍ରହଣ ବେଳେ ଅଭିଯୁକ୍ତର କାହାଣୀ ଶୁଣି ସମସ୍ତେ ଭୟଭୀତ ହୋଇଛନ୍ତି । କାରଣ ସେ ବଡି ଭୋର ଘରେ ପଶୁଥିଲା ଏବଂ ଯୁବତୀମାନଙ୍କ ମୁହଁରେ ଟର୍ଚ୍ଚ ଲାଇଟ୍‌ ପକାଇ ଦୁଷ୍କର୍ମ କରୁଥିବା କୋର୍ଟରେ କୁହାଯାଇଛି । ତା ପ୍ରତି ବିପଦ ଥିବାରୁ ସେ ସାଥିରେ ବନ୍ଧୁକ, ଛୁରୀ କିମ୍ବା ସ୍କୃଡ୍ରାଇଭର ରଖୁଥିଲା । ବେ​‌ଳେ ବେଳେ ମହିଳାମାନଙ୍କୁ ସେମାନଙ୍କ ପିଲା ଏବଂ ସ୍ବାମୀଙ୍କ ସାମ୍ନାରେ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ।

ଏସବୁ ଶୁଣିବା ପରେ ଅଭିଯୁକ୍ତକୁ ସମାଜରେ ରହିବାର ଅଧିକାରୀ ନାହିଁ ଏବଂ ସେ ରହିଲେ ଶାନ୍ତି ଭଙ୍ଗ ହେବ ବୋଲି କହି ତାକୁ ଜେଲ ପଠାଇଦେଇଛନ୍ତି କୋର୍ଟ । ଜଣେ ପୀଡ଼ିତା ଯିଏକି ୧୪ ବର୍ଷର ହୋଇଥିବା ବେଳେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ ସେ କୋର୍ଟରେ ମଧ୍ୟ ନିଜର ଦୁଃଖ ବଖାଣିଛନ୍ତି । ଏବେ ସେ ୧୯ ବର୍ଷର ହୋଇଥିବା ବେଳେ କୋର୍ଟକ କହିଛନ୍ତି, ‘ମୁଁ ନଜକୁ ପ୍ରତିଦିନ ପଚାରୁଛି କାହିଁକି ପୁରୁଷ ଦୁଷ୍କର୍ମ କରୁଛନ୍ତି । କିନ୍ତୁ ମୁଁ ପୁରୁଷମାନଙ୍କୁ କହିବାକୁ ଚାହେଁ ଆମକୁ କଷ୍ଟ ଦେବା ପରିବର୍ତେ ଆମକୁ ସୁରକ୍ଷା ଦିଅନ୍ତୁ ।’

Share this story