ପେନ୍‌ସନ୍‌ ଟଙ୍କା ପାଇଁ ମୃତ ବ୍ୟକ୍ତିଙ୍କୁ ଫ୍ରିଜରରେ ରଖି ଶପିଂ କଲେ, ଆଉ ତା'ପରେ...

Man dupes lakhs of rupees towards pension money

ଓଡ଼ିଆ ଗସିପ ବ୍ୟୁରୋ: ପେନ୍‌ସନ୍‌ ଟଙ୍କା ହାତେଇବା ପାଇଁ ମୃତ ବ୍ୟକ୍ତିଙ୍କୁ ଫ୍ରିଜରରେ ରଖିଲେ । ମାସେ କି ଦୁଇ ମାସ ନୁହେଁ ପ୍ରାୟ ୨ ବର୍ଷ ଧରି ଶବକୁ ଫ୍ରିଜରରେ ରଖାଯାଇଥିଲା । ଆଉ ଏହି ଟଙ୍କାରେ ଅଭିଯୁକ୍ତ ଜଣକ ଶପିଂ କରୁଥିଲେ । ବ୍ରିଟେନରେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୁକ୍ତ ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛନ୍ତି ।

ରିପୋର୍ଟ ଅନୁସାରେ, ୨୦୧୮ ମସିହା, ସେପ୍ଟେମ୍ବରରେ ଜନ୍‌ ୱେନରାଇଟ୍‌(୭୧)ଙ୍କ ମୃତ୍ୟୁ ଘଟିଥିଲା । ହେଲେ ୨୦୨୦ ମସିହା ଅଗଷ୍ଟ ୨୨ରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେବେଯାଏ ତାଙ୍କ ଶବକୁ ଫ୍ରିଜରରେ ରଖାଯାଇଥିଲା ।

ଏହି ମାମଲାରେ ମଙ୍ଗଳବାର ଦିନ ୫୨ ବର୍ଷୀୟ ଡାମିଅନ୍ ଜନ୍‌ସନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ହେଲେ ପରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି ।

ମୃତ ୱେନରାଇଟ୍‌ଙ୍କ ସବିଶେଷ ବ୍ୟାଙ୍କ ତଥ୍ୟ ବ୍ୟବହାର କରି ଡାମିଅନ୍ ଟଙ୍କା ଉଠାଇବା ସହ ଶପିଂ କରୁଥିଲେ । ମୃତ ୱେନରାଇଟ୍‌ଙ୍କ ପେନ୍‌ସନ୍‌ ଟଙ୍କାରେ ସେ ଏପରି କରୁଥିଲେ ।

ତେବେ ଠକେଇ ଅଭିଯୋଗକୁ ଡାମିଅନ୍ ଖଣ୍ଡନ କରିଛନ୍ତି । କେଉଁ କାରଣ ପାଇଁ ୱେନରାଇଟ୍‌ଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି । ସନ୍ଦେହ କରାଯାଉଛି ଯେ, ୱେନରାଇଟ୍‌ ଓ ଡାମିଅନ୍ ଉଭୟ ମିଶିକି ଫ୍ଲାଟ୍‌ରେ ରହୁଥିବା ବେଳେ ଏହି ଅପରାଧ ଘଟିଛି ।

Share this story