ବାଲେଶ୍ୱରରେ ୨ ବସ୍ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ଡ୍ରାଇଭର ସମେତ ୧୬ ଜଣ ଆହତ

Majour bus accident in balesore

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନର ବଡ଼ ଖବର । ବାଲେଶ୍ବରରେ ୨ ବସ୍ ମୁହାଁମୁହିଁ ଧକ୍କା ହେବାରୁ ବଡ଼ଧରଣର ଅଘଟଣ ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୬ ଜଣ ଆହତ ହୋଇଛନ୍ତି । 

ସୂଚନା ଅନୁସାରେ, ମନିଷା ବସଟି ଭଦ୍ରକରୁ ବାଲେଶ୍ବର ଆସୁଥିବା ବେଳେ, ବାଲେଶ୍ବରରୁ ଭଦ୍ରକ ଆସୁଥିବା ଅରବିନ୍ଦ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ବସର ଡ୍ରାଇଭର ଗୁରୁତର ଥିବା ବେଳେ, ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ : ଆଜିଠୁ ୪ ଦିନ ବର୍ଷା; ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ବ୍ରିଜର ଭୁଲ ଡିଜାଇନ୍ ପାଇଁ ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି ।

ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ପୁଲିସ ଦୁଇଟି ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।


 

Share this story