ପାଗଳ ପ୍ରେମୀର ପାଗଳାମୀ; କୋବି ପୋକମରା ଔଷଧ ଖାଇ ଜଣେ ଯୁବକର ମୃତ୍ୟୁ

DARINGIBADI

ଓଡ଼ିଆ ଗସିପ୍ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବିରାଗାଡ଼ା ଗ୍ରାମରେ ଅଘଟଣ । କୋବି ପୋକମରା (କୀଟନାଶକ) ଔଷଧ ଖାଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁବକ ଜଣକ ହେଲେ ବିରାଗାଡ଼ା ଗ୍ରାମର କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ। ସୂଚନା ମୁତାବକ ଗତକାଲି ସକାଳ ପ୍ରାୟ ୯ ଟା ସମୟରେ ଘରେ ଥିବା କୋବି ପୋକମରା ଔଷଧ ଖାଇଦେଇ ଗୋରୁ ଚରାଇବାକୁ ଜଙ୍ଗଲକୁ ଚାଲିଯାଇଥିଲା ।

ଆଉ କିଛି ସମୟ ପରେ ଘରକୁ ଫେରିଥିବା ବେଳେ କର୍ଣ୍ଣଙ୍କ ପାଟିରୁ ରକ୍ତ ଲାଳ ବାହାରୁଥିବା ଦେଖି ମାଆ ସନ୍ଦେହ କରି ତୁରନ୍ତ ଦାରିଙ୍ଗବାଡି ମେଡିକାଲକୁ ଆଣି କର୍ଣ୍ଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ କର୍ଣ୍ଣର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଦାରିଙ୍ଗବାଡି ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି । ତେବେ ମୃତ ଯୁବକ ଜଣକ ପ୍ରେମରେ ବିଫଳ ହେବା ପରେ ଏପରି କରିଥିବା ଜଣାପଡିଛି । ଯେଉଁ ଯୁବତୀକୁ କର୍ଣ୍ଣ ଭଲ ପାଉଥିବା ବେଳେ ଯୁବତୀ ଜଣକ କୁଆଡେ ମନା କରି ଦେଇଥିଲା। ଫଳରେ ପ୍ରେମରେ ବିଫଳ ହୋଇ କର୍ଣ୍ଣ ଏଭଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Share this story