ବ୍ଲାକମେଲିଂ ପାଇଁ ଜୀବନ ହାରିଦେଲେ ପ୍ରେମୀଯୁଗଳ; କିନ୍ତୁ କାହିଁକି ଜାଣିଲେ ଆପଣଙ୍କ ମଥା ଘୁରାଇବ

sucide

ଓଡ଼ିଆ ଗସିପ୍ ବ୍ୟୁରୋ: ବ୍ଲାକମେଲିଂ ପାଇଁ ଆତ୍ମହତ୍ୟା । ମୃତ ପ୍ରେମିକ ଯୁଗଳଙ୍କ ଅଡ଼ିଓ ଏବେ ଭାଇରାଲ୍ ହେଉଛି । ନ୍ୟାୟ ମାଗୁଛନ୍ତି ମୃତ ପ୍ରେମିକପ୍ରେମିକା । ଅତ୍ୟାଚାର ଅସହ୍ୟ ହେବାରୁ ଆତ୍ମହତ୍ୟା କରିବାର ବାଟକୁ ‍ବାଛିନେଲେ ପ୍ରେମୀଯୁଗଳ । ହେଲେ ମୃତ୍ୟୁ ପୂର୍ବରୁ ଅଭିଯୁକ୍ତ ବିରୋଧରେ ସୁରାଗ ଦେଇ ଯାଇଛନ୍ତି । ବର୍ତ୍ତମାନ ଉଭୟଙ୍କୁ ବ୍ଲାକ ମେଲିଂ କରାଯାଉଥିବା ଅଡିଓ ଓ ହ୍ୱାଟସଆପ ଚାଟ ଭାଇରାଲ ହେଉଛି ।

ଧୁଦୁରାନ୍ତ ପଞ୍ଚାୟତ ଗଣପତି ପାଟଣା ଗ୍ରାମରେ ଜଣେ ୧୬ ବର୍ଷୀୟ ଝିଅକୁ ପ୍ରେମ କରୁଥିଲେ ସେହି ଗାଁର ଜଣେ ଯୁବକ । ଆଉ ଏସମ୍ପର୍କରେ ଗାଁର ଆଉ ଜଣେ ଯୁବକ ପ୍ରଦୀପ ଦାଶ ଓରଫ୍‌ ପିଣ୍ଟୁ ଓରଫ ପିଣ୍ଟୁଆ ଜାଣିପାରିଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ଜାଣିବା ପରେ କଥା ପ୍ରଘଟ କରାଇବାର ଭୟ ଦେଖାଇ ସେ ଅନେକ ଥର ବ୍ଲାକମେଲିଂ କରିବାକୁ ଉଦ୍ୟମ କରିଥିଲା ।

whats aapରେ ଏହି ଝିଅକୁ ମେସେଜ୍ ଦେଉଥିଲା ଅଭିଯୁକ୍ତ ପିଣ୍ଟୁ ।  ଏପରିକି ଏହି ଝିଅ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା । ମେସେଜ୍ ଦେଇ ବାଧ୍ୟ କରୁଥିଲା । ଗୁହାରୀ କଲେ ମଧ୍ୟ ଶୁଣୁନଥିଲା ସେ । ବାରମ୍ବାର ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା ପରି ବାଟକୁ ବାଛିନେଲେ ପ୍ରେମୀ ଯୁଗଳ । ମୃତ୍ୟୁ ପୂର୍ବ ଦିନ ପ୍ରେମିକପ୍ରେମିକା ପ୍ରଥମେ ଭଏସ ରେକର୍ଡ କରିଥିଲେ । ଆଉ ଗଛରେ ରଶି ଲଗାଇ ଝୁଲି ପଡ଼ିଥିଲେ । ହେଲେ ମରିବାର କାରଣ ପିଣ୍ଟୁଆ ବୋଲି ଉଭୟେ ମୃତ୍ୟୁ ପୂର୍ବରୁ କହିଯାଇଛନ୍ତି । ତେବେ ତାଙ୍କର ସେହି ନ୍ୟାୟ ପାଇଁ ଗୁହାରୀ କରିବାର ଅନୁରୋଧ ଅଡିଓ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏହି ମାମଲାର ତଦନ୍ତ କରାଯାଉଥିବା କହିଛନ୍ତି ଯାଜପୁର ଏସଡିପିଓ।

Share this story