ପ୍ରେମିକା ନିକିକୁ ହତ୍ୟା କରି ଫ୍ରିଜରେ ରଖି ବିବାହ ବେଦୀରେ ବସି ଆଉ ଜଣଙ୍କ ହାତ ଧରିଲା ସଇତାନ, ଏମିତି ଥିଲା ଏହି ଲୋମଟାଙ୍କୁର ମର୍ଡର...

ଓଡ଼ିଆ ଗସିପ ବ୍ୟୁରୋ: ଦିନେ ପ୍ରେମିକ ସାହିଲଙ୍କୁ ନେଇ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିଲେ ହତ୍ୟାର ଶିକାର ହୋଇଥିବା ନିକି । ପ୍ରାୟ ୫ବର୍ଷ ପର୍ଯ୍ୟନ୍ତ ଦୁହେଁ ବିଭିନ୍ନ ସ୍ଥାନରେ ବୁଲି ଖୁସି ମନାଇଥିଲେ । ହେଲେ ପ୍ରେମିକରୁ ପିଶାଚ ପାଲଟି ଯାଇଥିବା ସାହିଲ, ସବୁ ସମ୍ପର୍କକୁ ଭୁଲି ଯାଇଥିଲା ।
ପୋଲିସର ସୂଚନା ଅନୁସାରେ ପ୍ରେମିକା ନିକିଙ୍କୁ ହତ୍ୟା କରି ଫ୍ରିଜରେ ରଖି, ବିବାହ ବେଦୀରେ ବସି ଆଉ ଜଣଙ୍କ ହାତ ଧରିଲା ସଇତାନ ।
ସୂଚନା ଅନୁସାରେ ନିକିଙ୍କୁ ଅତି ବୀଭତ୍ସ ଭାବରେ ହତ୍ୟା କରିଥିଲା ସାହିଲ । ଫ୍ରିଜରୁ ନିକିଙ୍କ ଶବ ଉଦ୍ଧାର ପରଠାରୁ ତାଙ୍କ ବେକ, ପାଦ ଓ ଶରୀରରେ ଥିବା ଦାଗରୁ ସ୍ପଷ୍ଟ ହୋଇଯାଇଥିଲା କେତେ ନୃଶଂସ ଭାବେ ହତ୍ୟା କରିଥିଲା ସାହିଲ ।
ଏଥିସହ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ପାଇଁ କେମିତି ଯୋଜନାବଦ୍ଧ ଭାବେ ପୋଲିସକୁ ଭୁଆଁ ଉଦ୍ୟମ କରିଥିଲା ତାହା ପ୍ରକାଶ କରିଛି ପୋଲିସ ।
ପ୍ରେମ, ପ୍ରତାରଣା ଆଉ ତାପରେ କିଭଳି ହତ୍ୟା କଲା ପୁରା ଚିଠା:
• ୧୦ ତାରିଖ ସକାଳ ୯ଟା । କାର ଭିତରେ କେବୁଲ ତାରରେ ନିକିଙ୍କ ଗଳା ଚିପି ହତ୍ୟା କରେ ସାହିଲ
• ହତ୍ୟା କରିବା ପରେ ୪୦ କିଲୋମିଟର ପର୍ଯ୍ୟନ୍ତ କାର ଧରି ଦିଲ୍ଲୀର ବିଭିନ୍ନ ସ୍ଥାନ ଘୁରିବୁଲେ
• ଦିଲ୍ଲୀଠୁ କିଛି ଦୂରରେ ଥିବା ଢାବା ନିକଟରେ ସାହିଲ ପହଁଚେ ଓ ଶବକୁ ସେଠାରେ ରଖି ଘରକୁ ଚାଲିିଯାଏ
• ଘରକୁ ପହଁଚି ମଦୋତ୍ରୀ ଗାଁକୁ ଯାଏ ସାହିଲ ଓ ବିବାହ କରେ
• ଫେବ୍ରୁଆରୀ ୧୧ , ରାତି ଗୋଟାଏ ସମୟରେ ସ୍ତ୍ରୀକୁ ନେଇ ଘରକୁ ଫେରେ ସାହିଲ
• ସମସ୍ତେ ଶୋଇଯିବା ପରେ ପୁଣି ଢାବାକୁ ଯାଏ ଓ ନିକିଙ୍କ ଶବକୁ ଫ୍ରିଜ୍ରେ ରଖେ ସାହିଲ
• ନିକିିର ଫୋନ ସମସ୍ତ ମେଜେସ କଲ ଡାଟା ଡିଲେଟ କରିବା ସହ ଫୋନକୁ ନଷ୍ଟ କରି ସୁଇଚ ଅଫ କରିଦିଏ ଅଭିଯୁକ୍ତ
ଅଭିଯୁକ୍ତ ସାହିଲ ଏବେ ପୋଲିସ କବଜାରେ । ରିମାଣ୍ଡରେ ନେଇ ପଚରାଉଚୁରା କରୁଛି । ହେଲେ ଦିଲ୍ଲୀ ରେ ଏଭଳି ଘଟଣା ବାରମ୍ବର ଘଟୁଥିବାରୁ ଏନେଇ ପ୍ରଶ୍ନ ଉଠୁଛି ।
ଶ୍ରଦ୍ଧା-ଅଫତାବ ମାମଲା ହେଉ କି ନିକି-ସାହିଲ ହତ୍ୟା ଘଟଣା । ଏଥିପାଇଁ ଲିଭ ଇନ ରିଲେସନ ସିପ ଦାୟୀ ନା ଆଉ କିଛି କାରଣ ରହିଛି ତାହା ଏବେ ସାରାଦେଶରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।