ଆଗରୁ ଥିଲେ ୫ ଝିଅ,ପୁଅ କି ଝିଅ ଜାଣିବାକୁ ଗର୍ଭବତୀ ସ୍ତ୍ରୀର ପେଟକୁ ଦା’ରେ ଚିରିଦେଲା ସ୍ବାମୀ, ମିଳିଲା ଆଜୀବନ କାରାଦଣ୍ଡାଦେଶ
 

Life Term For UP Man Who Cut Open Wifes Stomach To Check Babys Gender
ପୁଅ କି ଝିଅ ଜାଣିବାକୁ ସ୍ତ୍ରୀର ଦା’ରେ ପେଟ ଚିରିଦେଲା ସ୍ବାମୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ୨୨ ବର୍ଷର ବୈବାହିକ ଜୀବନ। ଗୋଟିଏ ପରେ ଗୋଟିଏ ୫ ଝିଅ ଜନ୍ମ ହୋଇଛନ୍ତି। କେବଳ ଝିଅ ଜନ୍ମ ଦେଉଥିବାରୁ ସ୍ତ୍ରୀକୁ ସର୍ବଦା ମିଳୁଥିଲା ସ୍ବାମୀଠାରୁ କ୍ରୁର ଲାଞ୍ଛନା। ଅନେକ ସମୟରେ ଭୀଷଣ କଳି ହେଉଥିଲା ଉଭୟଙ୍କ ମଧ୍ୟରେ। ତେବେ, ପୁଣି ଗର୍ଭବତୀ ହେଲା ସ୍ତ୍ରୀ। ୮ମାସର ଗର୍ଭ ଧାରଣ ଅବସ୍ଥାରେ ତା’ ପେଟରେ ବଢୁଥିବା ଶିଶୁର ଲିଙ୍ଗ ଜାଣିବାକୁ ସ୍ବାମୀ ପାନ୍ନାଲାଲ ପତ୍ନୀ ଅନିତାର ପେଟକୁ ଏକ ଦା’ରେ ଚିରିଦେଲା। 

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

କ୍ଷତ ଏତେ ଗଭୀର ଓ ଚଉଡ଼ା ଥିଲା ଯେ ଅନିତାଙ୍କ ଅନ୍ତବୁଜୁଳା ପଦାକୁ ବାହରିପଡ଼ି ଝୁଲି ରହିଥିଲା। ଅନିତାଙ୍କ ଭାଇ ନିକଟସ୍ଥ ଏକ ଦୋକାନରେ କାର୍ଯ୍ୟ କରନ୍ତି। ସେ ଅନିତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଦେଖି ପାନ୍ନାଲାଲ ସେଠାରୁ ଖସିଯାଇଥିଲା। 

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 

ପରେ ଅନିତାଙ୍କୁ ହସ୍ପିଟାଲ ନିଆଗଲା। ଡାକ୍ତର ଅନିତାଙ୍କୁ ବଞ୍ଚାଇ ଦେଲେ ହେଲେ ତାଙ୍କ ଗର୍ଭସ୍ଥ ଶିଶୁକୁ ବଞ୍ଚାଇ ପାରି ନ ଥିଲେ। ଏ ଘଟଣା ଘଟିଥିଲା ୨୦୨୦ ସେପ୍ଟେମ୍ବରରେ। ପୁଲିସ୍ ପାନ୍ନାଲାଲକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା। ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ଅଧିକ ପଢନ୍ତୁ : କର୍ମକ୍ଷେତ୍ରରେ ହତୋତ୍ସାହ ହେବା ସହ ଆର୍ଥିକ କ୍ଷେତ୍ରରେ ଚିନ୍ତିତ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story