ସୁନ୍ଦରୀ ଝିଅ ଚକରରେ ଗୁଗୁଲ୍ ପେ'ରୁ ଗାଏବ୍ ହୋଇଗଲା ୭ ହଜାର, ୯ ହଜାର, ୧୨ ହଜାର, ୧୪ ହଜାର...

SOCIAL MEDIA
ଓଡ଼ିଆ ଗସିପ ବ୍ୟୁରୋ: ହ୍ୱାଟ୍ସଆପ୍‌କୁ ଆସିଲା ଏକରୁ ବଳି ଆରେକ ସୁନ୍ଦରୀଙ୍କ ଫଟୋ। ଆଉ ସେପଟେ ଗୁଗୁଲ୍ ପେରୁ ଗାଏବ୍ ହୋଇଗଲା ୭ ହଜାର, ୯ ହଜାର, ୧୨ ହଜାର, ୧୪ ହଜାର, ଏମିତି ମୋଟ୍ ୯୪ ହଜାର ଟଙ୍କା। ଏସକର୍ଟ ସର୍ଭିସ୍‌ର ପ୍ରଲୋଭନ ଦେଖାଇ ୨ଦିନରେ ପ୍ରାୟ ୯୪ ହଜାର ଟଙ୍କା ଲୁଟିନେଲେ ସାଇବର୍ ଠକ। ଭୁବନେଶ୍ୱରରେ କାର୍ଯ୍ୟରତ ଉତ୍ତରପ୍ରଦେଶର ଜଣେ ଯୁବ ଇଞ୍ଜିନିୟର୍। ଏଭଳି ଅଭିଯୋଗ ଆଣିବା ସହ କମିଶନରେଟ୍ ପୋଲିସର ହେଲ୍ପ ଡେସ୍କକୁ ମଧ୍ୟ ଅବଗତ କରିଛନ୍ତି।

କଂପାନୀର ନାଁ ଇଣ୍ଡିଆନ୍ ଏସକର୍ଟ ସର୍ଭିସ୍  ଅଫର୍।  ଧନୀ ଘରର ମହିଳାଙ୍କୁ ଖୁସି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାରର ସୁଯୋଗ। ଏଥିସହ ମୋବାଇଲ୍‌କୁ ଏକାଧିକ ସୁନ୍ଦରୀ ତରୁଣୀଙ୍କ ଫଟୋ ବି ପଠାଇଥିଲେ ଦୁର୍ବୃତ୍ତ।

ଅଭିଯୋଗକାରୀଙ୍କ କହିବା କଥା, କେତେବେଳେ ରାଜସ୍ଥାନ କୋଟାରୁ ତ ଆଉ କେତେବେଳେ ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ବାରମ୍ବାର କଲ୍ ଆସୁଥିଲା ଏବଂ ସାରା ଦେଶରେ ସଂସ୍ଥାର ନେଟଓ୍ୱର୍କ ଥିବା ସେମାନେ କହିଥିଲେ।

ଏହାପରେ ହଠାତ୍ ଗୁଗୁଲ୍ ପେ ରୁ ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର ଟଙ୍କା କଟିଗଲା। କଥା ଏତିକିରେ ସରିଲାନି, ଟଙ୍କା ଫେରି ପାଇବାକୁ ସେହି ସଂସ୍ଥାକୁ ଫୋନ୍ କରିବାରୁ ସେମାନେ ଆହୁରି ୪୩ ହଜାର ଟଙ୍କା ପଠାଇବାକୁ ଦାବି କରୁଛନ୍ତି ଏବଂ ପ୍ରଶ୍ନ ପଚାରିଲେ ଗାଳିଗୁଲଜ କରିବା ସହ ଧମକ ଦେଉଛନ୍ତି।

କେବଳ ଏଇ ଫର୍ମୁଲା ନୁହେଁ

ଜର୍ମାନୀ ମ୍ୟୁନିକ୍‌ର ଜେନିଫର୍ ନାଁରେ ଫେସ୍‌ବୁକ୍‌ରେ ବନ୍ଧୁତା କରି ଭୁବନେଶ୍ୱରର ଶୁଭେନ୍ଦୁଙ୍କୁ ଠକିବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ୍। ସେ ଭାରତ ବୁଲିଆସି ମୁମ୍ବାଇ ବିମାନବନ୍ଦର କଷ୍ଟମ୍‌ରେ ଫସିଯାଇଥିବା ଏବଂ ୬୦ ହଜାର ପାଉଣ୍ଡର ଡ୍ରାଫ୍ଟ ଚେକ୍ ରେଜିଷ୍ଟ୍ରେସନ୍, କନ୍‌ଭର୍ସନ୍ ଓ କ୍ଲିୟରାନ୍ସ ପାଇଁ ସାଢ଼େ ୪୫ ହଜାର ଟଙ୍କା ଦରକାର ପଡ଼ୁଥିବା ଶୁଭେନ୍ଦୁଙ୍କୁ ଫୋନ୍ କରି କହିଥିଲେ। ହେଲେ ଶୁଭେନ୍ଦୁ ବେଳହୁଁ ସାବଧାନ ହୋଇ ଟଙ୍କା ନପଠାଇବାରୁ ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି।

ଦିନକୁ ଦିନ ବିଭିନ୍ନ ଉପାୟରେ ସାଇବର୍ ଠକେଇ ସଂଖ୍ୟା ବଢି ବଢି ଚାଲିଥିବା ବେଳେ, ପଢନ୍ତୁ ଏନେଇ କଣ କହୁଛନ୍ତି ଭୁବନେଶ୍ୱର ଡିସିପି ଓ ସାଇବର୍ ଏକ୍ସପର୍ଟ

ଏ ନେଇ ଆମେ ସଚେତନ ହେବା ଆବଶ୍ୟକ। କୋଣସି ପୁରସ୍କାର ହେଉ ଅବା ଅର୍ଡର ହେଉ, ଟଙ୍କା ଟ୍ରାଂଜାକ୍ସନ କରିବା ପୂର୍ବରୁ ପ୍ରଥମେ ଭଲ ଭାବେ ପରଖିବା ଦରକାର। କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟରେ ମାଗୁଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ।
-ଉମାଶଙ୍କର ଦାଶ, ଡିସିପି, ଭୁବନେଶ୍ୱର
ପ୍ରଥମେ ଲୋଭର ବଶବର୍ତ୍ତୀ କରାଇ ସାଇବର କ୍ରାଇମ କରୁଛନ୍ତି। ଏସ୍‌କର୍ଟ ସର୍ଭିସ ଓ  ମ୍ୟୁନିକ୍‌ର ଜେନିଫର୍ ପରି ଅନେକ ସଂସ୍ଥା ଲୋଭନୀୟ କଥା କହନ୍ତି। କିନ୍ତୁ କିଛି ନ ଜାଣି ଲୋଭର ବଶବର୍ତ୍ତୀ ହୁଅନ୍ତୁ ନାହିଁ।
-ପ୍ରଶାନ୍ତ ସାହୁ, ସାଇବର୍ ଏକ୍ସପର୍ଟ

Share this story