ଟଙ୍କା ଦେଲାନି ବୋଲି ମାଆକୁ ମାରିଦେଲା କଳିଯୁଗର କୁଳାଙ୍ଗାର

ଟଙ୍କା ଦେଲାନି ବୋଲି ମାଆକୁ ମାରିଦେଲା କଳିଯୁଗର କୁଳାଙ୍ଗାର

ଓଡ଼ିଆ ଗସିପ୍ ବ୍ୟୁରୋ: ସାମାନ୍ୟ କେଇଟା ଟଙ୍କା ଜଣେ ମଣିଷ କେମିତି ଅମଣିଷ ହୋଇପାରେ ତାହାର ଜଘନ୍ୟ ଚିତ୍ର ଏବେ ସାମ୍ନାକୁ ଆସିଛି । ଟଙ୍କା ନଦେବାରୁ ପଥରରେ ଛାଚି ମାକୁ ହତ୍ୟା କରିଛି ପୁଅ । ଏହି ଘଟଣାରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ କାଲଚିପୁଡ଼ାଡିହି ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ଦେହୁରୀଙ୍କ ପୁଅ ହେମନ୍ତ ଦେହୁରୀ(୪୦) ଶନିବାର ସନ୍ଧ୍ୟାରେ ନିଜ ବୃଦ୍ଧା ମାତୁଲସା ଦେହୁରୀ (୭୫)ଙ୍କୁ ହାତ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲା । ମାତ୍ର ତୁଲସା ଟଙ୍କା ଦେବା ପାଇଁ ମନା କରିବା ସହ ପୁଅ ହେମନ୍ତକୁ ରୋଜଗାର କରିବାକୁ ପରାମର୍ଶ ଦେଇ ଶୋଇବା ପାଇଁ ଚାଲି ଯାଇଥିଲେ ।

ଏଥିରେ ଉତ୍ତେଜିତ ହୋଇ ହେମନ୍ତ ଶୋଇଥିବା ଅବସ୍ଥାରେ ମାତୁଲସାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା । ପଥରରେ ଛେଚିବା ପରେ ତୁଲସାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ଦେଖି ହେମନ୍ତ ଗ୍ରାମ ନିକଟରେ ଶାଶୂଘରେ ରହୁଥିବା ଭଉଣୀ ସଂଯୁକ୍ତା ବେହେରାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପ୍ରକାଶ କରି ଫେରାର ହୋଇଯାଇଥିଲା ।

ସଂଯୁକ୍ତା ତୁରନ୍ତ ଘରକୁ ଆସି ପାଖ ପଡ଼ୋଶୀଙ୍କ ସହାୟତାରେ ଗୁରୁତର ମାତୁଲସାଙ୍କୁ ଉଦ୍ଧାର କରି ଚିକତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତୁଲସାଙ୍କ ମୃତ୍ୟୁ ଘଟିଥିଲା ।

ଏନେଇ ଗତକାଲି ସଂଯୁକ୍ତା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରିଆମାଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ହେମନ୍ତ ନିଜ ମାକୁ ହତ୍ୟା କରିଥିବା ଜାଣିବା ପରେ ମଙ୍ଗଳବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଭାରପ୍ରାପ୍ତ ଥାନାଧିକାରୀ ଗୋପବନ୍ଧୁ ବେହେରା ସୂଚନା ଦେଇଛନ୍ତି ।

Share this story