ଝାଡ଼ଖଣ୍ଡ: ପତ୍ନୀଙ୍କ ମୃତ୍ୟୁ ପରେ ବିଚଳିତ ଥିଲେ ସ୍ବାମୀ, ଫାଶି ଲଗାଇ ଏହି କାରଣ ପାଇଁ କଲେ ଆତ୍ମହତ୍ୟା

sucide

ଓଡ଼ିଆ ଗସିପ୍ ବ୍ୟୁରୋ: ଝାଡ଼ଖଣ୍ଡର ବୋକାର ଜିଲ୍ଲାରେ ୬୫ ବର୍ଷୀୟ ଜଣେ ବୟସ୍କ ନିଜ ସ୍ତ୍ରୀର ମୃତ୍ୟୁର କିଛି ଦିନ ପରେ ଆତ୍ମହତ୍ଯା କରିଛି । ଏହି ଖବର ବର୍ତ୍ତମାନ ସମଗ୍ର ଝାଡ଼ଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ସୂଚନା ଅନୁସାରେ ୬୫ ବର୍ଷୀୟ ନିମାଇ ରଜାକ ନିଜ ଘର ଫେନରେ ଝୁଲି ନିଜ ଜୀବନକୁ ଶେଷ କରିଦେଇଛନ୍ତି ।

ମୃତକଙ୍କ ସନ୍ତାନମାନଙ୍କ କହିବା କଥା ସେମାନଙ୍କ ମାଆ ଚାଲିଗଲା ପରେ ଏକୁଟିଆ ଅନୁଭବ କରୁଥିଲେ ବାପା । ମାଙ୍କ ମୃତ୍ୟୁର ଦଶାହ ଦିନ ହିଁ ବାପା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ।

ସନ୍ତାନମାନେ ଏହା ବି କହିଛନ୍ତି ଯେ, ଆତ୍ମହତ୍ୟା କରିବା ଦିନ ସେମାନଙ୍କ ବାପା ସମସ୍ତଙ୍କ ସହ ଏକାଠି ବସି ଖାଇଥିଲେ । କିନ୍ତୁ ହଁ ମାଆଙ୍କ ମୃତ୍ୟୁ ପରେ ବାପା କାହା ସହ କଥା ହେଉନଥିଲେ ବୋଲି କହିଛନ୍ତି ସେମାନଙ୍କ ସନ୍ତାନ ।

ଶୁକ୍ରବାର ସକାଳେ ଯେବେ ନିମାଇ ଘରର କବାଟ ଖୋଲିଲେନି ବାଧ୍ୟ ହୋଇ ଏହି ଖବର ପୋଲିସକୁ ଦେଇଥିଲେ । ପୋଲିସ ଆସି ଘର କବାଟ ଭାଙ୍ଗିବାରୁ ନିମାଇଙ୍କ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ମିଳିଥିଲା । ବର୍ତ୍ତମାନ ମୃତ୍ୟୁର କାରଣ ଜାଣିବା ପାଇଁ ଶବକୁ ବ୍ୟବଛେଦ ଲାଗି ପଠାଇ ଦିଆଯାଇଛି  ।...

Share this story