ପ୍ରକୃତରେ କଣ ଏହି ହନି ଟ୍ରାପ୍? ସୁନ୍ଦରୀଙ୍କ ଫାଶରେ କାହିଁକି ଫଶି ଯାଆନ୍ତି ଏମାନେ....

honey
ଓଡ଼ିଆ ଗସିପ୍ ବ୍ୟୁରୋ:  ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDO ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍ । DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି । ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି । ଏହି ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି ।

ଗିରଫ ୪ ଜଣ ହେଲେ-ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଞ୍ଜନ ନାୟକ ଓ ଶେଖ ମୁସାଫିର୍ । ଏମାନଙ୍କୁ ଆଜି ବାଲେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ପୋଲିସ ହାଜର କରିଥିଲା । ଏହାପରେ ଏହି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । ପାକିସ୍ତାନ ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗତକାଲି ପୋଲିସ୍ ଏହି ୪ ଜଣଙ୍କୁ ଗିରଫ କରିଥିଲା ।

ଜାଣନ୍ତୁ କଣ ଏହି ହନି ଟ୍ରାପ୍‌ ?

- ହନି ଟ୍ରାପ୍ ଗୁଇନ୍ଦାଗିରିର ଏକ ଟ୍ରିକ୍ ବା କୌଶଳ

- ଗୁଇନ୍ଦା ତଥ୍ୟ ହାସଲ ଲାଗି ଏହାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଏ ।

- ହନି ଟ୍ରାପ୍‌ର ମୁଖ୍ୟ ମାଧ୍ୟମ ହେଉଛନ୍ତି ସୁନ୍ଦରୀ ଓ ଆକର୍ଷଣୀୟ ତରୁଣୀ ।

- ଗୁଇନ୍ଦା ସଂସ୍ଥାମାନେ ସୁନ୍ଦରୀ ଯୁବତୀଙ୍କୁ ବ୍ୟବହାର କରି ଶତ୍ରୁପକ୍ଷର ପ୍ରତିରକ୍ଷା ଓ ଗବେଷଣାତ୍ମକ ଗୋପନ ତଥ୍ୟ ହାସଲ କରିଥାଆନ୍ତି ।

- ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ଏହି ଯୁବତୀମାନେ ପ୍ରଥମେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତି ।

- ବନ୍ଧୁତା ସ୍ଥାପନ ପରେ ଶାରୀରିକ ପ୍ରଲୋଭନ ଦେଖାଇ ସେମାନଙ୍କୁ ବଶିଭୂତ କରିଥାଆନ୍ତି ।

- କିଛି କ୍ଷେତ୍ରରେ ଟାର୍ଗେଟରେ ଥିବା ବ୍ୟକ୍ତି, ଯୁବତୀଙ୍କ ଦ୍ୱାରା ଏଭଳି ମୋହଗ୍ରସ୍ତ ହୋଇଯାଆନ୍ତି ଯେ ହିତାହିତ ଜ୍ଞାନ ଭୁଲି ଗୋପନୀୟ ତଥ୍ୟ ପ୍ରକାଶ କରିବାକୁ ଦ୍ୱିଧା ପ୍ରକାଶ କରନ୍ତି ନାହିଁ ।

- ଅନ୍ୟ କେତେକ କ୍ଷେତ୍ରରେ ଟାର୍ଗେଟ୍‌ରେ ଥିବା ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲିଂ କରାଯାଇ ଗୋପନୀୟ ତଥ୍ୟ ଆଦାୟ କରାଯାଇଥାଏ ।

- ଅନ୍ତରଙ୍ଗ କଥାବାର୍ତ୍ତା, ଭିଡିଓ ଚାଟିଂ, ଫଟୋ ଓ ମେସେଜ୍‌କୁ ବ୍ୟବହାର କରି ବ୍ଲାକ୍‌ମେଲିଂ କରାଯାଇଥାଏ ।

Share this story