ପାକିସ୍ତାନ ଦ୍ୱାରା ପରିଚାଳିତ ୨୦ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଛି ଭାରତ: କିଛି ଏମିତି କରୁଥିଲେ ନା ପାକ୍ ହରକତ

youtube

ଓଡ଼ିଆ ଗସିପ୍ ବ୍ୟୁରୋ: ସବୁବେଳେ ଭାରତ ବିରୋଧରେ ଅପପ୍ରଚାର କରି ଚାଲିଛି ପାକିସ୍ତାନ । ବାରମ୍ବାର ଅସଫଳ ହେଲେ ବି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ପାକିସ୍ତାନ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପୁଣିଥରେ ବଡ଼ ପଦକ୍ଷେପ ନେଇଛନ୍ତି । ଭାରତ ବିରୋଧରେ ଅପପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ପାକିସ୍ତାନ୍‌ର ୨୦ଟି ୟୁଟ୍ୟବ ଚ୍ୟାନେଲ୍ ଓ ୨ଟି ୱେବସାଇଟ୍ ବ୍ଲକ କରାଯାଇଛି । ସମସ୍ତ ଚ୍ୟାନେଲ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।


ଗୁପ୍ତଚର ସଂସ୍ଥାଗୁଡ଼ିକର ସୂଚନା ଆଧାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ଯୁଟ୍ୟୁବ ଚ୍ୟାନେଲକୁ ମନିଟର କରୁଥିଲା । ଇଣ୍ଟରନେଟରେ ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ ପାଇଁ ୨୦ଟି ଚ୍ୟାନେଲ ଏବଂ ଦୁଇଟି ୱେବସାଇଟକୁ ବ୍ଲକ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ବ୍ୟାନ ହୋଇଥିବା ଚ୍ୟାନେଲ ଓ ୱେବସାଇଟ୍‌ ଗୁଡ଼ିକ ଆଉ ଭାରତରେ କାର୍ଯ୍ୟକ୍ଷମ ହେବନି । ବ୍ଲକ୍ ହୋଇଥିବା ସଂପୃକ୍ତ ଚ୍ୟାନେଲ ଓ ୱେବସାଇଟ୍‌ ଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିଲା ଏବଂ ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା ।

Share this story