ପୋଲିସ ମାମୁଁ ମୁଣ୍ଡରେ କଳଙ୍କର ଛିଟା: ଏମିତି କିଏ କଣ ପିଟନ୍ତି, ବଚରା ଅଭିଯୋଗକାରୀ ବଡ଼ ହିନସ୍ତା ହେଲା

ଓଡ଼ିଆ ଗସିପ୍ ବ୍ୟୁରୋ: ଥାନାରେ ଯୁବକଙ୍କୁ ପୋଲିସ ଦେଇଛି ନିର୍ଯାତନା । ବିନା କାରଣରେ ପୋଲିସ ଯୁବକ ଜଣଙ୍କୁ ନିସ୍ତୁକ ମାଡ଼ ମାରିଛି। ଏମିତି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ । ତିର୍ତ୍ତେଲ ଥାନା ଏସ୍ଆଇଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଜଣେ ଯୁବକ।
ତିର୍ତ୍ତୋଲ ଥାନା ଅଧିନ କ୍ରିଷ୍ଣାନନ୍ଦପୁର ପଞ୍ଚାୟତର ନୂଆଗାଁ ବାସିନ୍ଦା ରଶ୍ମିକାନ୍ତ ସାହୁ। ତାଙ୍କ ଜାଗାରେ ନିର୍ମାଣ ହେଇଥିବା ଏକ ପାଇଖାନାକୁ ନେଇ ପଡୋଶୀଙ୍କ ସହ ବିବାଦ ହୋଇଥିଲା । ଏହାକୁ ନେଇ ରଶ୍ମିକାନ୍ତ ପ୍ରଥମେ କ୍ରିଷ୍ଣାନନ୍ଦପୁର ଫାଣ୍ଡି ସହ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ ।
ମାମଲାରେ ଆଲୋଚନା ପାଇଁ ଥାନାରେ କାର୍ଯ୍ୟରତ ଏସ୍ଆଇ ଅନିରୁଦ୍ଧ ନାୟକ ଗତ ୧୨ ତାରିଖରେ ରଶ୍ମିକାନ୍ତଙ୍କୁ ଥାନାକୁ ଡକାଇଥିଲେ । ହେଲେ ଅଭିଯୋଗ ଶୁଣିବା ପରିବର୍ତ୍ତେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ପାଇପରେ ଏସ୍ଆଇ ଓ ତାଙ୍କ ଟିମ୍ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ ସାହୁ। ।
ରଶ୍ମୀକାନ୍ତ ଅଭିଯୋଗ କରି କହିଛନ୍ତି, କ୍ୟାମେରା ନଥିବା ସ୍ଥାନକୁ ନେଇ ତାଙ୍କୁ ଏକ ମୋଟା ପାଇପ୍ରେ ତିନି ଘଣ୍ଟା ଧରି ନିସ୍ତୁକ ପିଟିଥିଲେ। ଏପରିକି ତାଙ୍କୁ ତଳେ ପକାଇ ବାଡେଇଥିଲେ। ସେ ପାଣି ମାଗିବାରୁ ତାଙ୍କୁ ପାଣି ମଧ୍ୟ ଦେଇ ନ ଥିବା ରଶ୍ମୀକାନ୍ତ ନିଜେ ଅଭିଯୋରେ କହିଛନ୍ତି।
ଏତେମାତ୍ରରେ ପିଟିଛନ୍ତି ଯେ, ମାଡ଼ରେ ଗୁରୁତର ଆହତ ହୋଇ ସେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ ରଶ୍ମିକାନ୍ତ। ଏହାପରେ ଘଟଣାକୁ ନେଇ ଜଗତସିଂହପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ ସାହୁ । ଅଭିଯୋଗ ପାଇବା ପରେ ଦୀପକ ରଂଜନ ଜେନା, ଏସଡିପିଓ, ତିର୍ତ୍ତୋଲ କହିଛନ୍ତି, ନିର୍ଯାତନା ନେଇ ରଶ୍ମୀରଞ୍ଜନ ଜେନା ଅଭିଯୋଗ କରିଛନ୍ତି।
ଏସଡିପିଓ କହିଛନ୍ତି, ଏସ୍ଆଇ ଅନିରୁଦ୍ଧ ନାୟକ କାହିଁକି ରେକର୍ଡିଂ କରୁଛ ବୋଲି କହି ତାଙ୍କୁ ମାରଧର କରୁଥିବା ନେଇ ରଶ୍ମୀକାନ୍ତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଅନିରୁଦ୍ଧ ନାୟକଙ୍କୁ ହେଡକ୍ୱାର୍ଟରକୁ ପଠାଇ ଦିଆଯାଇଛି। ତେବେ ଘଟଣାର ସତ୍ୟସତ୍ୟ ଯାଞ୍ଚ ଚାଲିଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ ପ୍ରକୃତରେ ତାଙ୍କୁ ନିର୍ଯାତନା ଦେଇଥିଲା କି ନାହଁ ତାହାର ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ ଦୀପକ ରଂଜନ ଜେନା।