ଭୋପାଳରେ ଭୟାନକ: ୩୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିଛି ତାଙ୍କ ସହକର୍ମୀ

crime

ଓଡ଼ିଆ ଗସିପ୍ ବ୍ୟୁରୋ: ମଧ୍ୟ ପ୍ରଦେଶର ଭୋପାଳ ଜିଲ୍ଲାରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିଛି ତାଙ୍କ ସହକର୍ମୀ । ସୂଚନା ଅନୁଯାୟୀ, ମହିଳାଙ୍କୁ ମାର୍ଚ୍ଚ ୬ରେ ଭୋପାଳର ପିପଲାନି ନାମକ ସ୍ଥାନରେ ଦୁଷ୍କର୍ମ କରାଯାଇଥିଲା । ତେବେ ଗୁରୁବାର ମହିଳା ଜଣକ ମାମଲା ରୁଜୁ କରିଛନ୍ତି ଯେତେବେଳେ ଅଭିଯୁକ୍ତ ମହିଳାଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ଚାପ ପକାଇଥିଲା । ଅଭିଯୁକ୍ତର ନାମ ରାଜେନ୍ଦ୍ର ନାମଦେବ ବୋଲି ଚିହ୍ନଟ କରାଯାଇଛି । ମହିଳା ଜଣକ ଅଭିଯୁକ୍ତ ରାଜେନ୍ଦ୍ର ସହ ଅଫିସ କାମରେ ପିପଲାନିର ଏକ ଗ୍ରାହକଙ୍କୁ ଭେଟିବାକୁ ଯାଇଥିଲେ ଯେଉଁଠାରେ ମହିଳା ଜଣକ ଅସୁସ୍ଥ ଅନୁଭବ କରିଥିଲେ ।

ରାଜେନ୍ଦ୍ର ତାପରେ ମହିଳାଙ୍କୁ କହିଥିଲେ, ତାର ଜଣେ ଚିହ୍ନାଲୋକ ସେହି ପାଖ ଇଲାକାରେ ରହନ୍ତି,ସେଠାରେ ସେ ବିଶ୍ରାମ ନେଇ ପାରିବେ । ସେହି ସ୍ଥାନରେ ରାଜେନ୍ଦ୍ର ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ସାମାଜିକ କଳଙ୍କକୁ ଡରି ଦୁଷ୍କର୍ମ ପୀଡିତା ମହିଳା ଥାନାରେ ଅଭିଯୋଗ କରିନଥିଲେ । ତେବେ ଅଭିଯୁକ୍ତ ରାଜେନ୍ଦ୍ର ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିଲା ।

ଏଥିରେ ଅତିଷ୍ଠ ହୋଇ, ମହିଳା ଥାନାକୁ ଯାଇ ମାମଲା ରୁଜୁ କରିଥିଲେ। ଅଭିଯୋଗ ଅନୁସାରେ ପୁଲିସ୍ ରାଜେନ୍ଦ୍ର ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ତଲାସୀ ଅଭିଯାନ ଆରମ୍ଭ କରିଛି । ମହିଳାଙ୍କ ଘର ଛୋଲା ଓ ସେ ଏକ ବେସରକାରୀ ଆର୍ଥିକ ଫାର୍ମରେ ବିତ୍ତୀୟ ନିର୍ବାହୀ ଭାବରେ କାମ କରନ୍ତି ।

Share this story