ସ୍ୱାମୀ ନାରେ କଳଙ୍କ;  ବିଶ୍ୱାସରେ ବିଷ ମିଶାଇଲେ, ରକ୍ତ ପରୀକ୍ଷା ନାଁରେ ନଣନ୍ଦ ବିକି ଦେଲେ କିଡନୀ

123
ଓଡ଼ିଆ ଗସିପ୍ ବ୍ୟୁରୋ: ମୀ ବିକିଦେଲା ସ୍ତ୍ରୀର କିଡନୀ । ମାଲକାନଗିରି କୋତୋମେଟାରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ଗାଁର ପ୍ରଶାନ୍ତ କୁଣ୍ଡୁ ପତ୍ନୀ ରଂଜିତାଙ୍କ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ମାଲକାନଗିରି ଟାଉନ ଥାନାରେ ଏତଲା ଦେଇଛନ୍ତି । ଗତ ୨୦୧୮ ମସିହାରେ ରଞ୍ଜିତାଙ୍କର କିଡନୀ ଷ୍ଟୋନ ହୋଇଥିଲା। ଚିକିତ୍ସା ନିମନ୍ତେ ନଣନ୍ଦ ଓ ସ୍ୱାମୀ ରଞ୍ଜିତାଙ୍କୁ ଭୁବନେଶ୍ୱର ଆଣିଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ରକ୍ତ ପରୀକ୍ଷା ସମେତ ଅନ୍ୟାନ୍ୟ ପରୀକ୍ଷା ହେବ କହି ଆଡମିଟ ମଧ୍ୟ କରାଇଥିଲେ । ମାତ୍ର ସେଠାରେ ବିଭିନ୍ନ ପରୀକ୍ଷା ବାହାନାରେ ତାଙ୍କ କିଡନୀ ବାହାର କରାଯାଇଥିବା ରଞ୍ଜିତା ଜାଣିପାରିଥିଲେ । 

ରଞ୍ଜିତାଙ୍କ ବିନା ଅନୁମତିରେ ତାଙ୍କ କିଡନୀକୁ ପ୍ରଶାନ୍ତ MV38 ଗାଁର ଜଣେ ଶିକ୍ଷକଙ୍କୁ ବିକ୍ରୀ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ସେ ବାବଦରେ ମିଳିଥିବା ଟଙ୍କାକୁ ଉଭୟ ସ୍ୱାମୀ, ନଣନ୍ଦ ଖର୍ଚ୍ଚ କରିଦେଇଥିବା ସେ ଅଭିଯୋଗ କରିଛନ୍ତି ।  ଏବେ ଗୋଟିଏ କିଡନୀ ଯୋଗୁ ସବୁବେଳେ ଅସୁସ୍ଥ ରହୁଛନ୍ତି ରଞ୍ଜିତା । ତେଣୁ ୨ ଛୁଆଙ୍କ ମୁହଁରେ କିପରି ଆହାର ଦେବେ ସେହି ଚିନ୍ତା ତାଙ୍କୁ ଘାରିଛି ।

କିଡ଼ନୀ ବାହାର କରିଦେବା ପରେ ରଞ୍ଜିତାଙ୍କୁ ନେଇ ନିଜ ଘରକୁ ଫେରି ଯାଇଥିଲେ ପ୍ରଶାନ୍ତ । ରଞ୍ଜିତା ସବୁ ଜାଣି ବି ପିଲାଙ୍କ ମୁହଁକୁ ଅନାଇ ଚୁପ୍‌ ରହୁଥିଲେ । ଗୋଟିଏ କିଡନୀ ନ ଥିବାରୁ ସେ ସବୁବେଳେ ଅସୁସ୍ଥତାଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ପ୍ରାୟ ବର୍ଷେ ତଳେ ପ୍ରଶାନ୍ତ ଅନ୍ୟତ୍ର ବିବାହ କରିଥିବା ବେଳେ ରଞ୍ଜିତା ଓ ତାଙ୍କ ୨ ପିଲାଙ୍କୁ ବାପ ଘରେ ଛାଡ଼ି ଦେଇଛନ୍ତି । ଏବେ ରଞ୍ଜିତା ବାପଘରେ ରହୁଥିବା ବେଳେ ସବୁବେଳେ ଅସୁସ୍ଥତା ହେତୁ କିଛି କାମ କରିପାରୁନାହାନ୍ତି ..

Share this story