କେମିତି ଝରିଲା ଝରାଫୁଲ ? ଏହା ହତ୍ଯା ନା ଆଉ କିଛି, ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ...

କେମିତି ଝରିଲା ଝରାଫୁଲ ? ଏହା ହତ୍ଯା ନା ଆଉ କିଛି, ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ...

ଓଡ଼ିଆ ଗସିପ୍ ବ୍ଯୁରୋ: କେମିତି ଝଡ଼ିଗଲେ ଝରାଫୁଲ? କିଏ ସେ ଖଳନାୟକ ଯିଏ ଛିଣ୍ଡାଇଦେଲା କୋମଳମତି ଝରାଫୁଲ ନାୟକର ସ୍ବପ୍ନର ଫୁଲ? ଏବେ ଏମିତି ଅନେକ ପ୍ରଶ୍ନ ଆମ ସମସ୍ତଙ୍କ ମନରେ । କିନ୍ତୁ ଏ ସବୁ ପ୍ରଶ୍ନର ଉତ୍ତର କିଏ ଦେବ ? କେବେ ମିଳିବ ଉତ୍ତର ? ଏବେ ତାକୁ ସମସ୍ତଙ୍କ ଅପେକ୍ଷା ।

ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିବା ବେଳେ ରହସ୍ଯ ଉପରୁ ପରଦା ହଟାଇବାକୁ ଚେଷ୍ଟା ଚଳାଇଛି ପୋଲିସ । ୟା ଭିତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ । ଭୁବନେଶ୍ୱରର ରାକେଶ ସ୍ବାଇଁ ନାମକ ଯୁବକ ସହ ଝିଅର ପ୍ରେମ ସପର୍କ ଥିବା ସେ ପ୍ରକାଶ କରିଛନ୍ତି ।

ଏକଥା ଜାଣିବା ପରେ ସେ ଝିଅକୁ ତାଗିଦ କରିଥିବା ମଧ୍ୟ କହିଛନ୍ତି । ଅନ୍ଯପକ୍ଷରେ ଝରାଫୁଲର ମୃତ୍ଯୁ ପଛରେ ରାକେଶର କିଛି ଭୂମିକା ଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି । ଏପଟେ ଯାଜପୁର ପୋଲିସ ରାକେଶଙ୍କ ସୁନ୍ଦରପଦା ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି । ତେବେ ରାକେଶର ପତ୍ତା ପାଇନି ।

ଅନ୍ଯ ଏକ ଘଟଣାକ୍ରମରେ ମୃତଦେହ ନେଇ ଯାଉଥିବା ଦୁଇ ସ୍କୁଟର ଆରୋହୀଙ୍କୁ ଚିହ୍ନଟ କରାଯାଇଥିବା ଯାଜପୁର ଏସ୍ପି ରାହୁଲ ପି.ଆର. ସୂଚନା ଦେଇଛନ୍ତି । ତେବେ ସେ ସେମାନଙ୍କ ପରିଚୟ  ଦେଇନାହାନ୍ତି । ଏଣୁ ସିସିଟିଭିରେ ଥିବା ଯୁବକ ରାକେଶ ନାଁ ଆଉ କିଏ, ସେହିପରି  ଗାଡି ଚଳାଉଥିବା ଅନ୍ଯ ଜଣଙ୍କ କିଏ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । 

ଘଟଣାକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱରରେ ଝରାଫୁଲଙ୍କ ଲୋକାଲ ଗାର୍ଡିଏନ ଦାୟିତ୍ୱରେ ଥିବା ଚକ୍ରଧର ବେହେରା । ଝିଅକୁ  ଜନ୍ମ ଦିନର ଶୁଭେଛା ଦେବାକୁ ଆସି ଝରାଫୁଲ ତାଙ୍କ ଘରେ ଦୁଇ ଦିନ ରହିଥିବା ସେ କହିଛନ୍ତି ।

ଝରାଫୁଲଙ୍କ ମା, ଝିଅକୁ ଛାଡି ଦେବାକୁ କହିବାରୁ ୨୬ ତାରିଖ ଦିନ ପ୍ରାୟ ୧୧ଟା ବଳେ ସେ ତାକୁ ଜୟଦେବ ବିହାରରେ ଝାଡେଶ୍ୱରୀ ବସ୍ ରେ ବସାଇ ଦେଇଥିଲେ । ତେବେ ଝରାଫୁଲ ଫୋନ ନଉଠାଇବାରୁ ସେ ତାଙ୍କ ଘରକୁ ଫୋନ କରିଥିଲେ । ଝିଅ ଘରେ ପହଞ୍ଚି ଯାଇଥିବା ଝରାଫୁଲଙ୍କ ମା ଅପରାହ୍ଣ ୩ଟାରେ ତାଙ୍କୁ ଫୋନରେ ଜଣାଇଥିବା କହିଛନ୍ତି ଚକ୍ରଧର । ତେବେ ୨୭ ତାରିଖ ସକାଳେ ଝରାଫୁଲଙ୍କ ମା ପୁଣି ଫୋନ କରିଥିଲେ ଓ ଝିଅ ଘରେ ପହଞ୍ଚି ନଥିବା କହିଥିବା, କହିଛନ୍ତି ଚକ୍ରଧର । ଏଣୁ ଝରାଫୁଲଙ୍କ ମା କାହିଁକି ମିଛ କହିଥିଲେ? ଚକ୍ରଧର କହୁଥିବା କଥା ସତ ନା ମିଛ? ପୁରା ଘଟଣା ଏବେ ରହସ୍ଯ ଘେରକୁ ଚାଲି ଯାଇଛି ।

ଏହାରି ଭିତରେ କମିଶନରେଟ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ରାକେଶ ସ୍ବାଇଁ । ଭୁବନେଶ୍ୱର ଏୟାରଫିଲ୍ଡ୍ ଥାନାରେ ରାକେଶ ସ୍ବାଇଁକୁ ଅଟକ ରଖାଯାଇଛି । ଅଧିକ ତଦନ୍ତ ପାଇଁ ରାକେଶଙ୍କୁ ଯାଜପୁର ନେବ ପୋଲିସ । ସିସିଟିଭିରେ ଥତ୍ବା ପଛ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୋଲିସ କହିଛି ।

Share this story