ରାଜ କୁନ୍ଦ୍ରାଙ୍କ ଟିମ୍‌ ଭାରତରେ କେଉଁ ଭଳି ଏହି ଧନ୍ଦା ଚଳାଇଥିଲେ…

Silpa sethy

ଓଡ଼ିଆ ଗସିପ ବ୍ୟୁରୋ: ପର୍ଣ୍ଣ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପରେ ଅପଲୋଡ୍ କରିଥିବାରୁ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ତାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଟିମ୍ ଗିରଫ କରିଛି। ମୁମ୍ବାଇ କ୍ରାଇମ ଶାଖା ଅନୁଯାୟୀ ରାଜ କୁନ୍ଦ୍ରା ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ୮-୧୦ କୋଟି ଟଙ୍କା ବିନିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ସୋମବାର ଦିନ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା ​​ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା। କ୍ରାଇମ ବ୍ରାଞ୍ଚ କହିଛି ଯେ ୨୦୨୧ ଫେବୃଆରୀ ରେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପରେ ଦେଖାଇବାକୁ ନେଇ ମୁମ୍ବାଇରେ ଏକ ମାମଲା ରୁଜୁ କରିଥିଲା।

ଫେବୃଆରୀରୁ ହିଁ ଏହି ତଦନ୍ତ ଚାଲିଥିଲା

ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଂ ମାମଲାରେ କ୍ରାଇମ ବ୍ରାଞ୍ଚ ଚଳିତ ବର୍ଷ ଫେବୃଆରୀରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଜେଏଲ୍ ଷ୍ଟ୍ରିମ୍ ନାମକ ଏହି ଆପର ମାଲିକ ରାଜ କୁନ୍ଦ୍ରା ମଧ୍ୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳର ରାଜସ୍ଥାନ ରୟାଲ୍ସର ସହ-ମାଲିକ ଅଟନ୍ତି।

ରାଜ କୁନ୍ଦ୍ରାଙ୍କ ଟିମ୍‌ ଭାରତରେ କେଉଁ ଭଳି ଏହି ଧନ୍ଦା ଚଳାଇଥିଲେ….  

୧. ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ କହିଛି କି, ରାଜ କୁନ୍ଦ୍ରା ଏହି ପୂରା ମାମଲାର ମାଷ୍ଟର ମାଇଣ୍ଡ।

୨. ବ୍ରିଟେନରେ ରହୁଥିବା ତାଙ୍କ ଭାଇ ଏବଂ ରାଜ କୁନ୍ଦ୍ରା କେନରିନ୍ ନାମକ ଏକ କମ୍ପାନୀ ତିଆରି କରିଛନ୍ତି। ଯେଉଁଥିରେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖାଯାଏ ।

୩. ଏହି ଚଳଚ୍ଚିତ୍ରଗୁଡ଼ିକର ଭିଡିଓ ଭାରତରେ ସୁଟିଂ କରାଯାଉଥିଲା ଏବଂ ବି ଟ୍ରାନ୍ସଫର ଜରିଆରେ ବିଦେଶକୁ ପଠାଯାଉଥିଲା ।

୪. ରାଜ କୁନ୍ଦ୍ରା ଏହି କମ୍ପାନୀକୁ ବିଦେଶରେ ପଞ୍ଜୀକୃତ ଏଥିପାଇଁ କରିଥିଲେ ଯାହାଦ୍ବାରା ସାଇବର ଲ’ ରୁ ବଞ୍ଚିପାରିବେ। ଏହି ଚଳଚ୍ଚିତ୍ରଗୁଡ଼ିକ ପେଡ୍‌ ମୋବାଇଲ୍ ଆପ୍ଲିକେସନରେ ରିଲିଜ୍ କରାଯାଇଥିଲା।

୫. ହୋଟେଲ ଏବଂ ଘରକୁ ଭଡାରେ ନେଇ ଏଥିରେ ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଂ କରାଯାଇଥିଲା। ମଡେଲମାନଙ୍କୁ କାମ ଦେବା ବାହାନାରେ ଏହି ଅଶ୍ଳୀଳ ଚଳଚ୍ଚିତ୍ରଗୁଡ଼ିକରେ କାର୍ଯ୍ୟ କରାଯାଇଥିଲା।

୬ ଏହା ପରେ ଲୋକଙ୍କୁ ଫିଲ୍ମ ଦେଖାଇବା ପାଇଁ ଟଙ୍କା ଆଦାୟ କରାଯାଇଥିଲା। ଯାଞ୍ଚରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଝିଅମାନଙ୍କୁ ବଡ ଚଳଚ୍ଚିତ୍ରରେ କାମ ଦେବା ବାହାନାରେ ସେହି ଅଶ୍ଳୀଳ ଚଳଚ୍ଚିତ୍ରରେ କାମ କରିବାକୁ ବାଧ୍ୟ କରାଯାଉଥିଲା।

ପୋଲିସ କହିବାନୁସାରେ, ତାଙ୍କ ପାଖରେ ରାଜ କୁନ୍ଦ୍ରଙ୍କ ବିରୋଧରେ କେ ଅଭିଯୁକ୍ତଙ୍କ ବିବୃତ୍ତି ନାହିଁ, ବରଂ ବୈଷୟିକ ପ୍ରମାଣ ମଧ୍ୟ ରହିଛି। ରାଜ କୁନ୍ଦ୍ରା ଏହି ଇଣ୍ଡଷ୍ଟ୍ରିରେ ୮-୧୦ କୋଟି ନିବେଶ କରିଥିଲେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ପୋଲିସ ଦୁଇଟି ଏଫ୍ଆଇଆର୍ ଦାଖଲ କରିଛି ଏବଂ ଏହି ମାମଲାରେ ସମୁଦାୟ ୯ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ ପର୍ଣ୍ଣୋଗ୍ରାଫି ମାମଲାରେ ସବୁବେଳେ ଆଇଟି ଆକ୍ଟ ଏବଂ ଆଇପିସି ଧାରାରେ ମାମଲା ରୁଜୁ କରାଯାଇଥାଏ। ଯଦି ଏହି ମାମଲାରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଅନେକ ବର୍ଷ ଜେଲରେ ରହିବାକୁ ପଡ଼ିଥାଏ।

Share this story