ବିଚଳିତ ଫଟୋର ଭୟଙ୍କର କାହାଣୀ: ଥରେ ପଢ଼ନ୍ତୁ ଓ ଚିନ୍ତା କରନ୍ତୁ...  

death story
ଓଡ଼ିଆ ଗସିପ୍ ବ୍ୟୁରୋ: ଏହି ଫଟୋ ଦେଖି ମନ ବିଚଳିତ, ବ୍ୟଥିତ ହୋଇଯିବ ନିଶ୍ଚୟ । ଧ୍ୟାନ ଦେଇ ପଢ଼ନ୍ତୁ ଏହି ଆଲେଖ୍ୟ...

ନିଶ୍ଚଳ ମୁକ ଅସାମର୍ଥ୍ୟ ରିଟାୟାର୍ଡ ମେଜର ଜେନେରାଲଙ୍କ ଘରର ଗୋଟିଏ ରୁମରେ ତାଙ୍କ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କୁ ଗଦା କରିଦିଆଗଲା ଆଉ ଚାକରକୁ କୁହାଗଲା ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ବୁଝିବା ପାଇଁ, ଯେମିତି ଆମକୁ ପଛରେ କୌଣସି ପ୍ରକାର ଅଭିଯୋଗ ଶୁଣିବାକୁ ନପଡେ । ତିନିପୁଅରୁ ସାନପୁଅର ନୂଆ ନୂଆ ବାହାଘର ସରିଥାଏ ।

ଜଣେ ଗ୍ରୀଷ୍ମ ଛୁଟି କାଟିବା ପାଇଁ ସୁଇଜରଲ୍ୟାଣ୍ଡ ଯିବାକୁ ପ୍ରୋଗ୍ରାମ କଲା, ଅନ୍ୟ ଜଣକ ଲଣ୍ଡନ ଆଉ ତୃତୀୟ ପୁଅ ପ୍ୟାରିସ କୁ । ପ୍ରତ୍ୟେକ ଜାଗାରେ ନିଜକୁ ମେଜର ଜେନେରାଲ ଙ୍କ ପୁଅ ବୋଲି ପ୍ରତି କଥାକଥାକେ ପରିଚୟ ଦେଇଥାନ୍ତି...

ଚାକରକୁ ଚେତାବନୀ ଦିଆଗଲା ଆମର ତିନି ମାସ ପରେ ଫେରିବା ପର୍ଯ୍ୟନ୍ତ ତୁମେ ବାପାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ବୁଝୁଥିବ । ଠିକ ସମୟରେ ଖାଇବାକୁ ଦେବ ।

ଚାକର - ଠିକଅଛି ସାହେବ !!

ସମସ୍ତେ ଚାଲିଗଲେ ସେହି ଗୋଟିଏ କୋଠରୀରେ ବାପା ଶୋଇରହି ଚାହିଁ ରହିଥିଲା ଛାତକୁ, ନା କିଛି କହିପାରିବ ନା କାହାକୁ କିଛି ମାଗି ପାରୁଥିଲା ।

ଚାକର ଘରେ ଚାବିଦେଇ ବଜାରକୁ ଗଲା ବ୍ରେଡ ଆଣିବା ପାଇଁ । ଫେରିବା ବେଳକୁ ତାର ଏକ୍ସିଡେଣ୍ଟ ହୋଇଗଲା । ଲୋକମାନେ ତାକୁ ହସପିଟାଲ କୁ ନେଇଗଲେ ସିଏ କୋମା କୁ ଚାଲିଗଲା । ଚାକର କୋମାରୁ ଆଉ ଫେରିଲା ନାହିଁ । ପୁଅମାନେ ସବୁ ଘର ଚାବି ପକାଇ ଚାବିକାଠି ନେଇଯାଇଥିଲେ ଓ ଚାକରକୁ କେବଳ ବାପାର ରୁମର ଚାବିକାଠି ଦେଇ ଯାଇଥିଲେ ।

ଏବେ ବୁଢା ରିଟାୟାର୍ଡ ମେଜର ଜେନେରାଲ ସେହି କୋଠରୀରେ ବନ୍ଦ ହୋଇଯାଇଥିଲା, ନା ସେ ଚାଲି ପାରୁଥିଲା ନା କାହାକୁ ଡାକି ପାରୁଥିଲା । ଏବେ ଯେତେବେଳେ ତିନିମାସ ପରେ ପୁଅମାନେ ଘରକୁ ଫେରିଲେ ତାଲା ଭାଙ୍ଗି ଘରକୁ ପଶିଲେ ତ ବାପାର ଶବ ଏ ଫଟୋ ପରି ଅବସ୍ଥା ହୋଇଯାଇଥିଲା ।

ଏ ଘଟଣା ଆମକୁ ଶିକ୍ଷା ଦେଉଛି ଯେ କୌଣସି ପ୍ରକାର ନିଜର ସନ୍ତାନ ପାଇଁ ଭଲମନ୍ଦର ବିଚାର ନକରି ସବୁକିଛି ତା ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ତନ ମନ ଧନ ଓଜାଡି ଦିଅନ୍ତି । ଆଉ ଯେତେ ଅଧିକ ହୋଇପାରିବ ସେତେ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ସୁନ୍ଦର ଘର ବନାଇ ତାର ଭବିଷ୍ୟତ ପିଢୀକୁ ଆର୍ଥିକ ରୂପରେ ସୁଦୃଢ କରିବା ପାଇଁ ଚେଷ୍ଟା କରନ୍ତି । ଆଉ ଭାବନ୍ତି ଏ ସନ୍ତାନ ଆମକୁ ବୃଦ୍ଧ ସମୟରେ ମୋର ଦେଖାଶୁଣା କରିବ ।

ସବୁଠାରୁ ସମ୍ଭ୍ରାନ୍ତ ସ୍କୁଲରେ ଭୌତିକ ଶିକ୍ଷା ଦେବାବେଳେ ଆମେ ଭୁଲି ଯାଆନ୍ତି ଯେ ଜୀବନ ଉପଯୋଗୀ ନୈତିକ ମୂଲ୍ୟ, ମାନବତାଯୁକ୍ତ ସଂସ୍କାର, ଧାର୍ମିକ ବିଚାର ର ଶିକ୍ଷା ଦେଲେ ମାନବର ପୂର୍ଣ୍ଣ ବିକାଶ ସମ୍ଭବ ହୋଇଥାଏ । ନୈତିକ, ସାମାଜିକ, ଧାର୍ମିକ ମାନବିକ ଶିକ୍ଷା କୁ ଆମେ ସମୟର ବର୍ବାଦୀ ବୋଲି ମନେକରିଥାନ୍ତି ।

ପ୍ରତ୍ୟେକ ସନ୍ତାନ ପରିପ୍ରେକ୍ଷୀରେ ଯାହା ବୁଣାଯାଏ ତାହା ଅମଳ କରାଯାଏ । ଆମକୁ ବି ଏବିଷୟରେ ଚିନ୍ତା କରିବା ଅପରିହାର୍ଯ୍ୟ....

Share this story