ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ବଢ଼ିଲା ସସପେନ୍ସ…

Here comes the post mortem report of DJ Ajex

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣା ଆତ୍ମହତ୍ୟା ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ତାଙ୍କର ଆଜି ପୋଷ୍ଟମର୍ଟମ ରିପୋର୍ଟ  ଆସିଛି । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ବେକରେ ଦାଗ ରହିଛି, ଅନ୍ୟ ସ୍ଥାନରେ ଚିହ୍ନ ନାହିଁ।  ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ ଏକାଧିକ ଥର କଲ କରିଥିଲେ ପ୍ରେମିକା । ଟେନସନ ହୋଇ ଟଙ୍କା, ସୁନା ସବୁ ଯାଚିଥିଲେ ଡିଜେ ଆଜେକ୍ସ ।

‘ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି ‘ ଡିଜେ ଆଜେକ୍ସଙ୍କ ଏଭଳି ଏକ ଚାଟ ପୁଲିସ ହାତରେ ଲାଗିଛି । ସେପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଖୁବଶୀଘ୍ର ହେବ ଜେରା । ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ପଚରାଉଚରା ହେବ । ପ୍ରେମିକାଙ୍କ ବାର୍ଥ ଡେ ରାତିରେ ସୁଟ ହୋଇଥିବା ଅନସିନ ଭିଡିଓକୁ ନେଇ ପଚାର ଉଚରା କରିବ ପୁଲିସ ।

ଆହୁରି ପଢ଼ନ୍ତୁ : ରଶ୍ମି ପାଖେ ଶୋଉଥିଲା, ଡିଜେ ଆଜେକ୍ସ ସହ ବନାଉଥିଲା ସେକ୍ସ ଭିଡିଓ : ବ୍ଲାକମେଲ କୁଇନ ଜିଜ୍ଞାସାର ଖୋଲୁଛି ଗୁମର...

ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ’। ୟୁନିଟ ୩ ଅଞ୍ଚଲରେ ଥିବା ଏକ ଓୟୋରେ ହୋଇଥିଲା ସେଲିବ୍ରେସନ । ଫେବୃଆରୀ ୨୮ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ । ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣଙ୍କ ବ୍ଲାକମେଲ କରୁଥିବା ସନ୍ଦେହ । ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୁଲିସ । ଗତକାଲି ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୁଲିସ ।

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ । ତ୍ରିକୋଣୀୟ ପ୍ରେମ କାହାଣୀ ଓ ବ୍ଲାକମେଲକୁ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Share this story