ସାଙ୍ଗ ହୋଇ ରହୁଥିଲା, ଖାଲି କହୁଛି ବାହା ହେ, ତୋତେ ପୁଅ ପିଲାର ସୁଖ ଦେଇ ପାରିବି ଅକ୍କା: ପଢ଼ନ୍ତୁ ପୁରା ଖବର

ସାଙ୍ଗ ହୋଇ ରହୁଥିଲା, ଖାଲି କହୁଛି ବାହା ହେ, ତୋତେ ପୁଅ ପିଲାର ସୁଖ ଦେଇ ପାରିବି ଅକ୍କା: ପଢ଼ନ୍ତୁ ପୁରା ଖବର

ଓଡ଼ିଆ ଗସିପ୍ ବ୍ୟୁରୋ: ତୁମେ ଜଣ‌େ ଝିଅ, ମୋତେ ପିଲା ଛୁଆ ଦରକାର, ତୁମେ ଦେଇ ପାରିବ କି? କଣ ଭାବୁଛନ୍ତି? ହଁ ଏଠି ବି ସମଲିଙ୍ଗି ସମ୍ପର୍କର କଥା  । ଏମିତି ପ୍ରଶ୍ନ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଜଣେ ଯୁବତୀ । ଯେଉଁ ଯୁବତୀଙ୍କ ବିରୋଧରେ ସମଲିଙ୍ଗି ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆସିଛି ତା ନା ହୀନା ବୋଲି ଜଣାପଡ଼ିଛି ।

୨୦୧୬ ମସିହାରେ ହୀନାଙ୍କ ସହ ଉକ୍ତ ଯୁବତୀ ଜଣକ ସଂପର୍କ ରଖିବା ସମୟରେ ହୀନା ଉକ୍ତ ଯୁବତୀଙ୍କୁ ବାରମ୍ବାର ଆମେ ଦୁଇ ଝିଅ ଏହି ସଂପର୍କକୁ ପରିବାର, ସମାଜ ଆଦି ସ୍ବୀକୃତି ଦେବେ ନାହିଁ ବୋଲି ବି ବୁଝାଇଥିବା ହୀନା କହିଛନ୍ତି। ତେବେ ଉକ୍ତ ଯୁବତୀ ଜଣକ କିନ୍ତୁ ତାଙ୍କୁ ଭଲପାଉଛନ୍ତି ଏବଂ ତାଙ୍କୁ ଛାଡ଼ି ବଂଚି ପାରିବେ ନି ବୋଲି କହିଥିଲେ। ଏବଂ ଜୀବନଯାକ ତାଙ୍କ ସହ ରହିବେ ବୋଲି ଯୁବତୀ ଜଣକ କହିଥିବା ହୀନା କରିଥିଲେ। ଏହା ହୀନା ଓ ଯୁବତୀ ଜଣକର କିଛି ଅନ୍ତରଙ୍ଗ ମୂହର୍ତ୍ତର କିଛି ଫଟୋ ଚିତ୍ରକୁ ବି ଗଣମାଧ୍ୟମ ନିକଟରେ ଦେଖାଇଛନ୍ତି ।

ଅନ୍ୟପକ୍ଷରେ ଉକ୍ତ ଯୁବତୀ ଜଣକ ଓଲଟା ହୀନାଙ୍କ ଉପରେ ଅଭିଯୋଗ କରିଛନ୍ତି। ସେ ଜଣେ ଝିଅ ଓ ଅନ୍ୟ ଝିଅ ଭଳି ସାଙ୍ଗ ହୋଇଥିଲେ। ତେବେ ହୀନା ଏଥି ପୂର୍ବରୁ ଆଉ ୨ଟି ଝିଅ ସହ ବି ଏଭଳି ସମଲିଙ୍ଗୀ ସଂପର୍କ ସ୍ଥାପନ କରିଥିଲେ। ଜଣେ ପୁଅ ଭଳି ହୀନା ବି ସବୁ ରକମର ସୁଖ ସୁବିଧା ଦେଇ ପାରିବେ ବୋଲି ଯୁବତୀ ଜଣକ କହିଛନ୍ତି। ‌

ଜଣେ ଝିଅ ଅନ୍ୟ ଜଣେ ଝିଅକୁ ପୁରୁଷ ଦେଇ ପାରୁଥିବା ସମସ୍ତ ରକମର ସୁବିଧା ଏବଂ ପିଲା ଛୁଆ ଦେଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି। ହୀନା ତାଙ୍କୁ ଜୋର ଜବରଦସ୍ତ କରିବାରୁ ସେ ତାଙ୍କୁ ଠାରୁ ସଂପର୍କ ଛିନ୍ନ କରି ବାହା ହୋଇଛନ୍ତି।

ହୀନା ଯଦି ପୁଅ ଭଳି ରହିବାକୁ ଚାହୁଁଛନ୍ତି ତେବେ ତାହା ତାଙ୍କ ନିଜ ଇଛା। ଯୁବତୀ ନିଜ ଇଛା ଓ ଅଧିକାରରେ ରହି ପାରିବେ ତାଙ୍କୁ କେହି ବାଧ୍ୟ ବାଧ୍ୟକତା କରି ପାରିବେ ନାହିଁ ବୋଲି କହିଛନ୍ତି। ହୀନା ଆଇନର ଆଶ୍ରୟ ନେଇପାରନ୍ତି। ତାହା ତାଙ୍କ ବ୍ୟକ୍ତିଗତ ବେପାର ବୋଲି ଯୁବତୀ ଜଣକ କହିଛନ୍ତି। ତାଙ୍କ ଫଟୋ ସବୁକୁ ଟ୍ୟାମ୍ପରିଂ କରି (ଯୋଡି) ଏଭଳି ତାଙ୍କୁ ବଦନାମ କରୁଛନ୍ତି ବୋଲି ଓଲଟି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଉଭୟଙ୍କ ବିବାଦକୁ ନେଇସହରରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୧୯ତାରିଖ ଦିନ ମାନ୍ୟବର ଏସଡିଜେଏମ୍ କୋର୍ଟରେ ଏକ ୱାନସିସି ମାମଲା ଦାଖଲ କରିବେ ବୋଲି କହିଛନ୍ତି ହୀନାଙ୍କ ଓକିଲ ଆରତୀ ମହାନ୍ତି।

Share this story