ଫ୍ରି ଫାୟାର ଗେମ୍ ନେଲା ଜୀବନ: ଛାତ ଉପରେ ବେକରେ ରଶି ଲଗାଇ ଦେଲା ଛାତ୍ର

free fire
ଓଡ଼ିଆ ଗସିପ୍ ବ୍ୟୁରୋ: ଘଷିପୁରା ଥାନା ଇନ୍ଦୁପୁରା ଗାଁରେ ଅଭାବନୀୟ ଘଟଣା । ଫ୍ରି ଫାୟାର ଗେମ୍ ନେଲା ଜଣେ ଛାତ୍ରର ଜୀବନ । ମୃତ ଛାତ୍ର ଜଣକ ହେଲେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା ।

ସୌମ୍ୟ ଆଜି ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳିବାକୁ ମା’ଙ୍କୁ ମୋବାଇଲ୍ ମାଗିଥିଲେ । ହେଲେ ପରୀକ୍ଷା ଥିବାରୁ ମୋବାଇଲ ଦେବାକୁ ମନା କରିଥିଲେ ମା’ । ଏଥିରେ ରାଗି ଯାଇ ସୌମ୍ୟ ଛାତ ଉପରେ ବେକରେ ରଶି ଲଗାଇ ଦେଇଥିଲେ ।

ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜଣାପଡିବା ପରେ ଆନନ୍ଦପୁର ଆଦର୍ଶ ବିଦ୍ୟାଳୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Share this story