ଟିକା ପଞ୍ଜିକରଣ ନାରେ ଠକେଇ! ଚାଲାକ ନ ହେଲେ ଚଳୁ କରିନେବେ ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା ବିପତ୍ତି ବେଳେ ଅନ୍ୟ ଠକି ଅର୍ଥ ଉପାର୍ଜନ ପାଇଁ କିଛି ଅପରାଧୀ ଶ୍ରେଣୀର ବ୍ୟକ୍ତି ବିଶେଷ ନୂଆ ଉପାୟ ଆପଣାଇଛନ୍ତି । ସେମାନେ କରୋନା ଟିକା ପଞ୍ଜିକରଣ ନାମରେ ନିରିହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଏବଂ କ୍ଷଣିକ ମଧ୍ୟରେ ଟିକାର ଲୋଭ ଦେଖାଇ ଚିକଣ ଚିକଣ କଥା କହି ଟଙ୍କା ଚଳୁ କରୁଛନ୍ତି ।
ଏଣୁ ଯଦି କେହି ଫୋନ୍ କରି କୋରନା ଟିକା ବା ଭ୍ୟାକସିନ୍ ଗ୍ରହଣ ପାଇଁ ଆପଣଙ୍କ ନା ପଞ୍ଜିକରଣ ପାଇଁ ପଚାରୁଛି ଦୟାକରି ଏଥିରେ ଖୁସି ହୋଇଯାଇ ନିଜର ଆଧାର କିମ୍ବା ଇ-ମେଲ୍ ଅବା ନିଜର ବ୍ଯାଙ୍କ ପାସବୁକ୍ ନମ୍ବର ଦେଇ ଦିଅନ୍ତୁ ନାହିଁ ।
କାହିଁକି ନା ଏମିତି କଲେ ସେମାନେ ଆପଣଙ୍କ ଫୋନ୍ ନମ୍ବର କୁ ଏକ ଓ୍ୱାନ ଟାଇମ୍ ପାସଓ୍ୱାର୍ଡ ବା ଓଟିଭି ପଠେଇବେ l ଆଉ ଆପଣ OTP ଦେବା ମାତ୍ରେ ଆପଣଙ୍କ ବ୍ୟଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଉଠେଇନେବେ l ତେଣୁ ସମୟ ଥାଉ ଥାଉ ସତର୍କ ରହିବା ଆବଶ୍ୟକ । ନଚେତ ରାଜାକୁ ଫକିର ହେବାକୁ ଆପଣଙ୍କୁ କେହି ରକ୍ଷା କରିପାରିବେ ନାହିଁ ।
ହଁ ଆପଣଙ୍କ ସୂଚନା ନିମନ୍ତେ କହି ରଖୁଛୁ ଯେ, ଜାନୁୟାରୀରେ ଆସିପାରେ କରୋନା ଟିକା । ଇଲେକ୍ସନ ମଡେଲ୍ ରେ ଟିକାରଣ କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରଥମ ପଯର୍ୟୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଓ ବୟସ୍କ ବ୍ୟକ୍ତି ମାଗଣା ଟୀକା ମିଳିବ । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଟିକା ଦେବାକୁ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୱାଡି କର୍ମୀ, ପୌର ଓ ପାନୀୟ ଜଳଯୋଗାଣ କର୍ମଚାରୀଙ୍କୁ ବି ମାଗଣାରେ ଟିକା ଦିଆଯିବ । ତାପରେ ବୟସ୍କ ବ୍ୟକ୍ତିଙ୍କୁ ମିଳିବ ଟିକା ।
କରୋନା ଟିକାକରଣ ପାଇଁ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ପଯର୍ୟାୟରେ ୨୯ ହଜାର ୨୭୬ ଟୀକାକରଣ କେନ୍ଦ୍ର ଚିହ୍ନଟ ହୋଇଛି । ପ୍ରତି ସେଣ୍ଟରରେ ୧୦୦ରୁ ୨୦୦ ଜଣଙ୍କୁ ଭ୍ୟାକସିନ୍ ଦିଆଯିବ । ଏହା ଅନୁଯାୟୀ ରାଜ୍ୟ ସରକାର ମଧ୍ୟ ସବୁ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ।