ରାଜଧାନୀର ରସିକିଆ ବିଲ୍ଡର: ଯାହାଙ୍କ ପାଇଁ ବିବାହ ଏକ ବେପାର

builder fraud marriage

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାହ ପ୍ରତି ପୁଅଙ୍କ ଯେତିକି ଆଗ୍ରହ ଓ  ଉତ୍ସାହ ରହିଥାଏ ତା ଠାରୁ ଅଧିକ ରହିଥାଏ ଝିଅଙ୍କର । ସେମାନଙ୍କ ଉନ୍ମାଦନା ମଧ୍ୟ ପୁଅଙ୍କ ତୁଳନାରେ ଯଥେଷ୍ଟ ଅଧିକ ରହିଥାଏ । ଯୌବନର ଉନ୍ମାଦନା ଆଉ ନୂଆ ସଂସାର କରିବାକ ଆଗ୍ରହ ସେମାନଙ୍କୁ ପ୍ରାୟ ସମୟରେ ଆନମନା କରିଥାଏ ।

ଏବେ କିନ୍ତୁ ଏହି ଭାବନା ନେଇ ଝିଅଙ୍କ ଜୀବନ ସହ ଖେଳ ଖେଳୁଥିବା ଏକ ଖେଳୁଆଡ଼ ବିଲଡର ଓ ରସିକ ନାଗରର ଅପରାଧର କଥା ସମ୍ପର୍କରେ ଆଲୋଚନା କରିବା ।

ସୁଖ ସଂସାରର ସ୍ବପ୍ନ ଦେଖୁଥିବା ଯୁବତୀଙ୍କୁ ବିବାହ ବନ୍ଧନରେ ବାନ୍ଧିବାର ଆଶା ଦେଖାଇ ସ୍ବପ୍ନ ରାଇଜରେ ବୁଲାଉ ଥିଲେ । ମନର ଆନନ୍ଦ ଆଉ ଦେହର ସୁଖ ନେଇ ସାରିଲା ପରେ ୟୁଜ୍ ଏଣ୍ଡ ଥ୍ରୋ ନ୍ଯାୟରେ ମରିବାକୁ ଛା଼ଡ଼ି ଦିଅନ୍ତି । ଏବେ କିନ୍ତୁ ପୋଲିସର ଜାଲରେ ଫସିଛି ଏହି ମନ୍ଦ ଉଦ୍ଦେଶ୍ଯଧାରୀ ଶଇତାନ ଧୋକାବାଜ ବିଲଡର ।

ସୂଚନା ଅନୁସାରେ ଏହି ବହୁରୂପି ବିଲଡର ଜଣଙ୍କ ଯାହାର ନାଁ ପ୍ରିୟବ୍ରତ ମିଶ୍ର  ବିବାହ ପରେ ଯୌତୁକ ଆଳରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଝିଅମାନଙ୍କୁ ଘରୁ ତଡ଼ିଦେଉଥିଲା । ପ୍ରାୟ ୪/୫ ଜଣ ଯୁବତୀଙ୍କୁ ସେ ଏଭଳି ପ୍ରତାରିତ କରିଥିବା କୁହାଯାଉଛି ।

ଶେଷରେ ୨ ଯୁବତୀଙ୍କ ଅଭିଯୋଗ ସାମ୍ନାକୁ ଆସିବା ପରେ ସଂପୃକ୍ତ ବିଲ୍ଡରଙ୍କୁ ବାନ୍ଧିଛି ପୋଲିସ ।

Share this story