ଗୁରୁକୁଳ ହରିପୁରରେ ଛାତ୍ର ମୃତ୍ୟୁ ମାମଲା: ଏନ୍ଏଚଆରସି, ହାଇକୋର୍ଟରେ ମାମଲା; ସୁଦର୍ଶନ ସମ୍ପର୍କରେ ପୁଲିସର ଛାନଭିନ, ପୁଣି ଖୋଲିବ ତଦନ୍ତ ଫାଇଲ

Follow up of Aryasamaj property grabbing case

ଭୁବନେଶ୍ୱର (ଓଡ଼ିଆ ଗସିପ ବ୍ୟୁରୋ): ଆର୍ଯ୍ୟସମାଜ ସମ୍ପତ୍ତି ହଡ଼ପ ଷଡ଼ଯନ୍ତ୍ରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଦର୍ଶନ ପାତ୍ର ଓରଫ ସୁଦର୍ଶନ ଦେବଙ୍କ ପାଇଁ ପୁଣି ଅଡୁଆ ବଢ଼ିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସୁଦର୍ଶନଙ୍କ କାରନାମା ସମ୍ପର୍କରେ ଅତି ଗୋପନୀୟ ଭାବେ ଖୋଳତାଡ ଚଳାଇଥିବା ପୁଲିସକୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଯେଉଁ ତଥ୍ୟ ଆଧାରରେ ଜଣେ ମାନବାଧିକାର କର୍ମୀଙ୍କ ଅଭିଯୋଗକୁ ଭିତ୍ତି କରି ଖୁବଶୀଘ୍ର ପୁଲିସ ଏହି ମାମଲାର ପେଡ଼ି ଖୋଲିବାକୁ ଯାଉଛି । କେସ ରି-ଓପନ କରିବାକୁ ଜିଲ୍ଲା ପୁଲିସକୁ ଗତ ୨୧ ତାରିଖ ଦିନ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ସୁଦର୍ଶନଙ୍କ ଦ୍ଵାରା ସଂସ୍ଥାପିତ ନୂଆପଡା ଜିଲ୍ଲା ହରିପୁର ଗୁରୁକୁଳରେ ୨୦୧୮ ମସିହାରେ ଘଟିଥିବା ଜଣେ ବ୍ରହ୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଫାଇଲ ପୁଲିସ ବନ୍ଦ କରିଦେଇଥିବା ବେଳେ ପୁଣିଥରେ ଖୋଲିବ ଏହି ଫାଇଲ । କାରଣ ଏହି ରହସ୍ୟଜନକ ମୃତ୍ୟୁ ଘଟଣା ପଛରେ ଜଘନ୍ୟ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ରହିଛି ।

p1

ନୂଆପଡା ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା ହରିପୁର ଠାରେ ଥିବା ଗୁରୁକୂଳରେ ଛତିଶଗଡ ଅଞ୍ଚଳର ଏକ ନିହାତି ଗରିବ ପରିବାରର ୧୩ ବର୍ଷର ପିଲା ପାଠ ପଢିବା ପାଇଁ ବ୍ରହ୍ମଚାରୀ ଭାବରେ ନାମ ଲେଖାଇ ଥିଲେ । ୨୦୧୫ ମସିହାରେ ସେ ଗୁରୁକୂଳରେ ପ୍ରବେଶ କରିଥିବା ବେଳେ ୨୦୧୮ ଜାନୁଆରୀ ମାସରେ ରହସ୍ୟଜନକ ଘଟଣା ଘଟିଲା । ଉକ୍ତ ବ୍ରହ୍ମଚାରୀଙ୍କ ପିତା କ୍ୟାମେରା ସାମ୍ନାରେ ଯେଉଁ ଅଭିଯୋଗ କରିଛନ୍ତି ତାହା ଯେତିକି ଉଦବେଗ ଜନକ ସେତିକି ଚାଞ୍ଚଲ୍ୟକର ।

p2

ମୃତ ବ୍ରହ୍ମଚାରୀଙ୍କ ପିତା ପୁରୁଷୋତ୍ତମଙ୍କ କହିବାନୁଯାୟୀ, ସେ ବହୁତ ଗରିବ ପରିବାରର । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସକ୍ଷମ ନ ଥିଲେ । କିନ୍ତୁ ତାଙ୍କ ଭଉଣୀ ଭିଣୋଇଙ୍କ ଠାରୁ ଖବର ପାଇଲେ ଯେ ଗୁରୁକୁଳ ହରିପୁର ଠାରେ ମାଗଣା ପାଠପଢ଼ା ହେଉଛି । ୨୦୧୫ ମସିହାରେ ସେ ପୁଅ ଉଜ୍ଜ୍ବଳ ଦାସ ବୈଷ୍ଣବଙ୍କୁ ଉକ୍ତ ଗୁରୁକୂଳରେ ଛାଡିଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ହଠାତ୍ ୨୦୧୮ ଜାନୁଆରୀ ୩ ତାରିଖରେ ପିତା ପୁରୁଷୋତ୍ତମ ଖବର ପାଇଲେ ଯେ ତାଙ୍କ ପୁଅ ଉଜ୍ଜ୍ୱଳ ଗୁରୁକୁଳରୁ ନିଖୋଜ ହୋଇ ଯାଇଛି । ଗୁରୁକୁଳର ସଂସ୍ଥାପକ ସୁଦର୍ଶନ ପାତ୍ର ଓରଫ ସୁଦର୍ଶନ ଦେବ ଏ ସମ୍ପର୍କରେ ଚୁପ ଥିଲେ । ପୁରୁଷୋତ୍ତମ ତାଙ୍କ ଭଉଣୀ ଭିଣୋଇଙ୍କୁ ନୂଆପଡା ଥାନାରେ ନିଖୋଜ ଏତଲା ଦେବାକୁ କହିଲେ । ମାତ୍ର ପୁଲିସ ସେମାନଙ୍କ ଏତଲା ଗ୍ରହଣ କରି ନ ଥିଲେ ।


୨ ଦିନ ପରେ ତାଙ୍କ ପୁଅର ମୃତ ଦେହ ହାତଗୋଡ ବନ୍ଧା ଥିବା ଅବସ୍ଥାରେ ଗୁରୁକୁଳ ପରିସର ଠାରୁ ମାତ୍ର ୧୦୦ ମିଟର ଦୂର ଏକ କୂଅରୁ ଉଦ୍ଧାର କରାଯାଇଥିଲା । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । କିନ୍ତୁ ପୁରୁଷୋତ୍ତମ ଜାଣିବାକୁ ପାଇଲେ ଯେ, ସଂସ୍ଥାପକ ସୁଦର୍ଶନ ଗୁରୁକୁଳରେ ରୋଷେୟା ଥିବା ଜନୈକା ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିଲା । ପ୍ରତିଦିନ ସୁଦର୍ଶନ ରାତିରେ ଗୋଡ଼ ଚିପିବାକୁ ଉଜ୍ଜ୍ଵଳକୁ ଡାକନ୍ତି । ଉକ୍ତ ଦିନ ଉଜ୍ଜ୍ବଳ ସୁଦର୍ଶନଙ୍କ ପ୍ରକୋଷ୍ଠକୁ ଯିବାବେଳେ ମହିଳାଙ୍କ ସହ ସୁଦର୍ଶନ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖି ପଳାଇ ଆସିଥିଲେ । ଏହା ପରଠାରୁ ସୁଦର୍ଶନ ଉଜ୍ଜ୍ୱଳକୁ ନିୟମିତ ତାଙ୍କୁ ଦଣ୍ଡ ଦେଉଥିଲେ ।

p3

ସୁଦର୍ଶନଙ୍କ ଅନୈତିକ ସମ୍ପର୍କକୁ ଦେଖି ଦେଇଥିବାରୁ କଥା ପ୍ରଘଟ ହେବା ଭୟରେ ଉଜ୍ଜ୍ବଳକୁ ହତ୍ୟା କରି କୁଅ ଭିତରେ ପକାଇ ଦିଆଯାଇ ଆତ୍ମହତ୍ୟାର ରୁପ ଦିଆଯାଇଛି ବୋଲି କହୁଛନ୍ତି ପୁରୁଷୋତ୍ତମ । ଏପରିକି ସେ ଗରିବ ଓ ବାହାର ରାଜ୍ୟର ଲୋକ ହୋଇ ଥିବାରୁ, ଓଡ଼ିଆ ବୁଝି ପାରୁ ନ ଥିବା ଯୋଗୁଁ, ପୁଲିସ ନିଜେ ଏତଲା ଲେଖି ପୁରୁଷୋତ୍ତମଙ୍କ ଦସ୍ତଖତ କରାଇ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି ।

ଆଶ୍ଚର୍ଯ୍ୟର କଥା ମାମଲାକୁ ଚାପି ଦେବାରେ ପୁଲିସ ସହାୟତାରେ ସମର୍ଥ ହୋଇଥିଲେ ସୁଦର୍ଶନ । ବିଡ଼ମ୍ବନାର ବିଷୟ ୨୦୧୮ ମସିହା ମାମଲାରେ ପୁଲିସ ୨୦୨୩ ଜୁଲାଇ ମାସରେ କିପରି, କାହିଁକି ଚୂଡାନ୍ତ ରିପୋର୍ଟ ଦାଖଲ କଲା ତାହା ଘଟଣାକୁ ଅଧିକ ରହସ୍ୟଜନକ କରିଛି । ସମଗ୍ର ଘଟଣାରେ ପୋଲିସର ତଦନ୍ତ ଓ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଏସବୁ ପ୍ରମାଣ ଓ ପ୍ରାମାଣିକ ଦସ୍ତାବିଜ ମିଳିବା ପରେ ମାମଲାର ପୁନଃ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଇନଜିବୀ ଏସ. କେ ମହାପାତ୍ରଙ୍କ ଜରିଆରେ ଏହି କେସର ରିଟ ପିଟିସନ ହାଇକୋର୍ଟରେ ଦାଏର କରାଯାଇଛି । ଅନ୍ୟ ପକ୍ଷରେ ପୁଲିସ ମୁଖ୍ୟାଳୟରରୁ ଜିଲ୍ଲା ପୁଲିସକୁ କେଶ ରି-ଓପନ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Share this story