ଦାଦା ବୟସର ନାଳୁଆ ବ୍ୟକ୍ତି ଲିଫ୍ଟ ଭିତରେ ୫ ବର୍ଷର ନାବାଳିକା ଝିଅ ଇଜ୍ଜତ ସହ ଖେଳିଗଲା, ପରେ ଲୋକେ ତା' ସହ କଲେ କିଛି ଏପରି...

5 years old minor girl raped inside lift

ଓଡ଼ିଆ ଗସିପ ବ୍ୟୁରୋ: ଲିଫ୍ଟ ଭିତରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ! ଏସି ମରାମତି କରୁଥିବା ଜଣେ ବ୍ୟକ୍ତି ରେସିଡେନ୍ସିଆଲ୍‌ ବିଲ୍‌ଡିଂର ଲିଫ୍ଟ ଭିତରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଏହି ଲଜ୍ଜାକର ଘଟଣା ଘଟିଛି । ଅଭିଯୁକ୍ତକୁ ଗିରଫ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ତଲୋଜା ଅଞ୍ଚଳରେ ଏହି ଘଟଣା ଘଟିଛି  l

ପୋଲିସ୍‌ ସୂଚନା ଅନୁସାରେ, ‘୧୯ ବର୍ଷୀୟ ଯୁବକ ବିଲ୍‌ଡିଂରେ ଏସି ମରାମତି କରିବା ପରେ ପାର୍କିଂ ଏରିଆରେ ନାବାଳିକା ଜଣକ ଖେଳୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ୫ ବର୍ଷର ଶିଶୁକୁ ଲିଫ୍ଟ ଭିତରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏହାପରେ ଶିଶୁଟି ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଶିଶୁଟିର ମା’ ବିଲ୍‌ଡିଂରୁ ତଳକୁ ଓହ୍ଲାଇବା ପରେ ଅଭିଯୁକ୍ତ ଜଣକ ସେଠାରେ ଥିବା ଦେଖିବାକୁ ପାଇଥିଲେ ।

ବିଲ୍‌ଡିଂର ସୁରକ୍ଷାକର୍ମୀ ଓ ଅନ୍ୟ ଲୋକମାନେ ଅଭିଯୁକ୍ତକୁ ଧରି ପୋଲିସ୍‌ ଜିମା ଦେଇଥିଲେ । ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Share this story