ପାଠକ ବାପା-ପୁଅଙ୍କୁ ଭାରି ପଡ଼ିଲାଣି ସଉକିଆ ଲାଇଫ୍ ଷ୍ଟାଇଲ; ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍

ପାଠକ ବାପା-ପୁଅଙ୍କୁ ଭାରି ପଡ଼ିଲାଣି ସଉକିଆ ଲାଇଫ୍ ଷ୍ଟାଇଲ; ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍

ଓଡ଼ିଆ ଗସିପ ବ୍ୟୁରୋ: ବିଳାସପୂର୍ଣ୍ଣ ଜୀବନ, ବେପରୁଆ ମନଭାବ ଓ ବିନ୍ଦାସ ଲାଇଫ ଷ୍ଟାଇଲ ପରେ ଏବେ ଜେଲ୍ ରେ ଦିନ ରାତି ମଶା ବାଡ଼ାଉଛନ୍ତି IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ।

ଦୁହିଁଙ୍କ ବିରୋଧରେ ତଦନ୍ତ ପାଇଁ ଏବେ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍ । ଆକାଶ ପାଠକଙ୍କ ନାଁରେ ଥିବା ଠକେଇ ଅଭିଯୋଗ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି ।

ଅଭିଯୋଗ ରହିଛି ଯେ, ଆକାଶ ଟାଟା କମ୍ପାନିରେ ଚାକିରି କରାଇ ଦେବା ନାଁରେ କିଛି ଲୋକଙ୍କୁ ଠକେଇ କରିଛି । ଠକେଇର ଶିକାର ହୋଇଥିବା ବ୍ଯକ୍ତି କିଏ ? କାହଁକି ଓ କାହାକୁ ଟଙ୍କା ଦେଇଥିଲେ? ଏଥିରେ ଆକାଶଙ୍କ ସହ ଅନ୍ଯ କେଉଁ ବ୍ଯକ୍ତିଙ୍କ ସଂପୃକ୍ତି ରହିଛି ?

ସେ ସବୁ ଦିଗ ତଦନ୍ତ ପରିସରଭୁକ୍ତ ହୋଇପାରେ । ସବୁଠାରୁ ବଡ଼ କଥା ହେଉଛି, ଆକାଶଙ୍କ ବିରୋଧରେ ଗତ ମେ ମାସରୁ କ୍ରାଇମ୍ବ୍ରାଞ୍ଚ ସାଇବର ସେଲ୍ ରେ ଠକେଇ, ଜାଲିଆତି ଅଭିଯୋଗ ଥିଲା । ହେଲେ ଅଭିଯୋଗର ୬ ମାସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।

Share this story