ଆତ୍ମହତ୍ୟା କରିବାକୁ ଯାଉଥିଲେ, ଅଟକାଇବାରୁ ଝିଅର ତଣ୍ଟି କାଟିଦେଲା ବାପା...

Father killed daughter for opposing Suicide

ଓଡ଼ିଆ ଗସିପ ବ୍ୟୁରୋ: କ୍ରୋଧ ଏମିତି ଏକ ଜିନିଷ ଯାହା ଜୀବନ ନେଇକି ହିଁ ଛାଡ଼ି ଥାଏ । ରାଗିଥିବା ମଣିଷଟି ସେହି ସମୟରେ କିଛି ବି କରିପାରେ । ନିଜର ହିତାହିତ ଜ୍ଞାନକୁ ହରାଇ ନିଜେ ଆତ୍ମହତ୍ୟା କରିନିଏ । ଏମିତିକି କାହା ଜୀବନ ମଧ୍ୟ ନେବାକୁ ପଛଘୁଞ୍ଚା ଦିଏ ନାହିଁ । ଆଜିର ସମାଜରେ ହତ୍ୟା ଓ ଆତ୍ମହତ୍ୟା ନିତିଦିନିଆ ଘଟଣା ଘଟିଲାଣି । କେତେବେଳେ ରାଗିଯାଇ ବ୍ୟକ୍ତି ଜଣକ ଆତ୍ମହତ୍ୟା କରୁଛି ତ ପୁଣି କେତେବେଳେ ରାଗରେ ନେଇ ଯାଉଛି ଅନ୍ୟ ଜଣକ ଜୀବନ ।

ହେଲେ ବର୍ତ୍ତମାନ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେବ । ବାପା-ମା’ଙ୍କ କହଳରେ ବଳି ପଡ଼ିଛି କୁନି ଝିଅ । ରାଗିଯାଇ କୁନିଝିଅଟିର ବାପା ଏକ ଛୁରୀରେ ଝିଅଟିକୁ ହତ୍ୟା କରିଛି । ଘଟଣାଟିର ସମ୍ପୂର୍ଣ୍ଣ କାହାଣୀ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଉ ଭାବିବେ ଜଣେ ବାପା କ’ଣ ଏମିତି ନୃଶଂସ ହୋଇପାରେ ।

ଘଟଣାଟି ଘଟିଛି ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାରେ । ଜଣେ ୮ ବର୍ଷର ଝିଅକୁ ଛୁରୀରେ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛି ବାପା । ସୂଚନା ମୁତାବକ ଇକବାଲ ନାମକ ଜଣେ ବ୍ୟକ୍ତି ଡ୍ରାଇଭର ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ସେ ଗାଡ଼ି ଚଳାଇବାକୁ ଯାଇ ଘରକୁ ଫେରନ୍ତି ।

ଅଭାବ ଅନାଟନ ଭିତରେ ଇକବାଲଙ୍କ ତେଲଲୁଣ ସଂସାର ଚଳେ । ପରିବାର କହିଲେ ଇକବାଲ, ତାଙ୍କ ପତ୍ନୀ ଓ ୮ ବର୍ଷର ଝିଅ । ଇକବାଲ ଯାହା ରୋଜଗାର କରନ୍ତି ସେଥିରେ ଏହି ଛୋଟିଆ ସଂସାର ଚଳିଯାଏ ।ହେଲେ ଦିନେ ହଠାତ୍‌ କୌଣସି କାରଣକୁ ନେଇ ଇକବାଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା ।

ପତି-ପତ୍ନୀଙ୍କ ମଧ୍ୟରେ ଏତେ ଜୋରରେ ବଚସା ହୋଇଥିଲା ଯେ, ଆତ୍ମହତ୍ୟା ଯାଏ କଥା ଯାଇଥିଲା । ପରେ ସ୍ୱାମୀ ଇକବାଲ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲେ । ଯାହାକୁ ଜାଣିପାରିଥିଲା କୁନିଝିଅ ।ବାପାଙ୍କୁ ଆତ୍ମହତ୍ୟା ନକରିବାକୁ କଳବଳ କୌଶଳ ଲଗାଇ ଦେଇଥିଲା କୁନିଝିଅ ।

ବାବାଙ୍କୁ ବାହାରକୁ ନଛାଡ଼ିବାକୁ ଚେଷ୍ଟା କରିଥିଲା ଆଉ ବାରମ୍ବାର କହିବାକୁ ଲାଗିଲା, ‘ବାପା..ପ୍ଲିଜ୍ ତମେ ଆତ୍ମହତ୍ୟା କରନି’ । ଏମିତିକି ଇକବାଲ ଯେବେ ଘରୁ ଗାଡ଼ି ବାହାର କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ୮ ବର୍ଷିୟ ଝିଅ ତାଙ୍କୁ ବାହାରକୁ ଛାଡ଼ିନଥିଲେ । କାରଣ ତା’ ମନରେ ସନ୍ଦେହର ନିଆଁ କୁହୁଳୁଥିଲା...କାଳେ ବାପା ଆତ୍ମହତ୍ୟା କରିଦେବେ ।

ଏମିତିକି ପିଲାଟି ବାପାଙ୍କ ଗାଡ଼ି ଆଗରେ ଛିଡାହୋଇ ତାଙ୍କୁ ନଛାଡ଼ିବାକୁ ପ୍ରୟାସ କରିଥିଲା । ସେହି ସମୟରେ ଇକବାଲ ଝିଅକୁ ୧୦ ଟଙ୍କା ଦେଇ ଆଗରୁ ହଟିବାକୁ କହିଥିଲେ । ହେଲେ ପିଲାଟି ନଯିବାରୁ ସେ ଆହୁରି ରାଗିଯାଇ ତାଙ୍କ ନିକଟରେ ଥିବା ଏକ ଛୁରୀରେ ଝିଅର ତଣ୍ଟିକାଟି କାଟିଦେଇଥିଲେ ।

ଫଳରେ ଘଟଣାସ୍ଥଳରେ କୁନିଝିଅର ମୃତ୍ୟୁ ହୋଇଥିଲା ।ଘଟଣାକୁ ନେଇ ଅଭିଯୋଗ ହେବା ପରେ ହତ୍ୟାର ୫ଦିନ ପରେ ଅଭିଯୁକ୍ତ ବାପା ଇକବାଲଙ୍କୁ ପୋଲିସ ଗିରଫ କରିଛି । ରାଗରେ ସେ ଏପରି କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଘଟଣାକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ ଚଳାଇଛି ।

Share this story