ବିଭତ୍ସ ହତ୍ୟାକାଣ୍ଡ: ବାପାକୁ ହାଣି ହତ୍ୟାକଲେ ଦୁଇ ପୁଅ ଓ ମା’

murder

ଓଡ଼ିଆ ଗସିପ ବ୍ୟୁରୋ: ପାରିବାରିକ କଳହରୁ ଆଜି ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ବାପାକୁ ହାଣିଲେ ଦୁଇ ପୁଅ ଏବଂ ମା’ । ସ୍ତ୍ରୀ ସାଜିଲା ସ୍ବାମୀର ହତ୍ୟାକାରି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ । ମୃତ ବ୍ୟକ୍ତିଙ୍କ ନାମ ସୂର୍ଯ୍ଯ ପାହାନ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ତୋଟାଗାଁ ଶ୍ମଶାନ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା କୌଣସି ଏକ ସୁତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଉକ୍ତ ମୃତଦେକୁ ପୁଲିସ ଜବତ କରି ଥିବାବେଳେ ଦୁଇ ପୁଅ ଏବଂ ସ୍ତ୍ରୀ କୁ ଅଟକ ରଖିଛି । ଘଟଣା ସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସ୍ତ୍ରୀଙ୍କ କହିବା ଅନୁୟୀ, ତାଙ୍କ ସ୍ବାମୀ ଦୁଇ ପୁଅଙ୍କୁ ଏବଂ ତାଙ୍କୁ  ୧୫ବର୍ଷ ହେଲା ଅତ୍ୟାଚାର କରୁଥିଲେ । ସେହି କାରଣକୁ ନେଇ ଏଭଳି ଏକ କରୁଣ ପରିଣତି ଘଟିଛି ।

Share this story