ରାଜଧାନୀ ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ: ଡ୍ରାଇଭରକୁ ପିଟିପିଟି ହତ୍ୟା

driver was murdered in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ଠାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଅଶୋକ ସେଠୀ ।

ଅଶୋକ ଡ୍ରାଇଭର ଭାବେ କାମ କରନ୍ତି । ତାଙ୍କ ଘର କଳା ପଥର ହୋଇଥିବା ଜଣାପଡ଼ିଛି । ନିଶାଶକ୍ତ ଅବସ୍ଥାରେ ଦେବାଶିଷ ଧୀବର ନାମକ ଆଉ ଜଣେ ଡ୍ରାଇଭର ତାଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ : ସ୍କୁଟର ବିକି ଗ୍ରାହକଙ୍କ ଠାରୁ ୧୩୦ କୋଟି ଟଙ୍କା ଠକିଛି ଓଲା, ଏବେ ପ୍ରତି ଗ୍ରାହକ ପାଇବେ ୯ ହଜାରରୁ ୧୯ ହଜାର ଟଙ୍କା

ଘଟଣା ସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡି ନ ଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Share this story