ଏହି କାମ କଲେ ଶାରୀରିକ ସମ୍ବନ୍ଧ ସୁଖ ମିଳିବ, 2 ଘଣ୍ଟାକୁ 25 ହଜାର; ଫ୍ରିରେ ମିଳିବ ସୁରକ୍ଷା କବଚ

ଓଡ଼ିଆ ଗସିପ୍ ବ୍ୟୁରୋ: ଅନଲାଇନ ଠକେଇର ତରିକା ଏବେ ବ୍ୟାପକ ଭାବେ ସଂକ୍ରମଣ ଭଳି ମାଡ଼ି ଚାଲିଛି । ବ୍ୟାଙ୍କିଙ୍ଗ ଫ୍ରଡ, ଲୋନ୍ ଫ୍ରଡ୍, କ୍ରେଡିଟ କାର୍ଡ ଫ୍ରଡଠୁ ଅଧିକ ସାଙ୍ଘାତିକ ହେଲାଣି କଲ୍ ବୟ ଏବଂ କଲ୍ ଗାର୍ଲ ଫ୍ରଡ । ଅଚାନକ ଏକ ଅଜଣା ନମ୍ବରରୁ ଆପଣଙ୍କୁ ମେସେଜ ଆସିବ ଯେଉଁଥିରେ ଆପଣ ନୂଆ ସାଙ୍ଗ ଚାହୁଁଛନ୍ତି କି ବୋଲି ପ୍ରଶ୍ନ ପଚରାଯିବ ।
ଏହା ସହ ଆପଣ ଗପସପ ହୋଇପାରିବେ, ମଜା କରିପାରିବେ,ପ୍ରାଇଭେଟ୍ କ୍ୱାଲିଟି ଟାଇମ୍ ସେୟାର କରିପାରିବେ । କହିବାକୁ ଗଲେ ଆପଣଙ୍କୁ ଯଦି ସେକ୍ସ ଦରକାର ତେବେ ପୁଅ ଏବଂ ଝିଅ, ବିବାହିତ, ୱାର୍କିଂ ଲେଡି ସମସ୍ତେ ସହଜରେ ଉପଲବ୍ଧ ହୋଇଯିବେ ବୋଲି ମେସେଜରେ କୁହାଯାଉଛି।
ବାସ୍ କୌତୁହଳ ବଶତଃ ଆପଣ ଯଦି ସେହି ସନ୍ଦିଗ୍ଧ ନମ୍ବର (9432774752)ରୁ ଆସିଥିବା ମେସେଜ ଏବଂ ସେଥିରେ ଥିବା ନମ୍ବରରେ ଯଦି କଲ୍ କରିବେ ତେବେ ଆପଣ କଲ୍ ବ୍ୟୟ ସର୍ଭିସ କରିବାକୁ ଇଚ୍ଛୁକ କି ବୋଲି ହିନ୍ଦି ଭାଷାରେ ଜଣେ ଯୁବତୀ ପ୍ରଶ୍ନ କରିବେ ।
ଏହା ପରେ ଆପଣ ସାମାନ୍ୟତମ ଆଗ୍ରହ ଦେଖା ଗଲେ ସେ ଆପଣଙ୍କ ଘଣ୍ଟା ପିଛା କେତେ ଓ ସପ୍ତାହକୁ ଏବଂ ମାସକୁ କେମିତି ମୋଟା ଅଙ୍କର ଅର୍ଥ ଆୟ କରିପାରିବେ ସେ ନେଇ ସୁନେଲୀ ସ୍ୱପ୍ନ ଦେଖାଇବେ । ଏହା ପରେ ଯଦି ଆପଣ କେମିତି କଣ ବୋଲି ପ୍ରଶ୍ନ କରିବେ ତେବେ ଆପଣଙ୍କୁ ସେମାନେ ପ୍ରଥମେ ରେଜିଷ୍ଟ୍ରେସନ ନେଇ କହିବେ ଯାହାର ଅର୍ଥ ଆପଣ କଲ୍ ବୟ ହେବାକୁ ହେଲେ ଏକ ହଜାର ଏକ ଟଙ୍କା ଦେଇ ମେମ୍ବର ବନିବାକୁ ପଡ଼ିବ ।
ଏହା ପରେ ଆପଣଙ୍କୁ ଏକ ଆଇକାର୍ଡ କାର୍ଡ ପ୍ରଦାନ କରାଯିବ ଏହା ପରେ ଆପଣଙ୍କୁ ସେକ୍ସ ଚାହୁଁଥିବା ମହିଳାଙ୍କ ନିକଟକୁ ପଠାଯିବ ଏବଂ ସର୍ଭିସ୍ ବାବଦକୁ 25ରୁ 30 ହଜାର ଟଙ୍କା ଆୟ କରିବା ନେଇ ପ୍ରତିଶ୍ରୁତି ଦିଆଯିବ ।
ଆପଣ ଯଦି ସତର୍କତା ସହ ପ୍ରକ୍ରିୟାକୁ ଆଗକୁ ନେବାକୁ କହିବେ ତେବେ ସେମାନେ ବାରମ୍ବାର ଆପଣଙ୍କୁ କହିବେ ଯେ, ପ୍ରଥମେ ଆପଣ କାର୍ଡ କରାଇ ନିଅନ୍ତୁ, କାର୍ଡ ହେବା ପରେ ହିଁ ଆପଣଙ୍କୁ ସର୍ଭିସ ପାଇଁ ମହିଳାମାନଙ୍କ ପାଖକୁ ପଠାଯିବ । ଆପଣ କିନ୍ତୁ ଧ୍ୟାନର ସହ ଅନୁଧ୍ୟାନ କଲେ ଜାଣିପାରିବେ ଯେ ଏହା ଏକ ଫ୍ରଡ ।....