ଦେହର ସୁଖ ସରିଯାଉଥିଲା ବୋଲି ସୋନାର ଜୀବନ ନେଇଗଲେ କି ଏହି ଯୁବକ? କେମିତି ଜିଅନ୍ତା ଜାଳି ମାରିଦେଲେ...

cruelty-for-love-burned-young-woman-died

 ଜାତି ଭିନ୍ନ ହୋଇଥିବାରୁ କୃଷ୍ଣଚନ୍ଦ୍ରଙ୍କ ବିବାହ ଅନ୍ୟତ୍ର ସ୍ଥିର କରିବା ଲାଗି ତାର ବାପାମାଆ ସ୍ଥିର କରିଥିଲେ। ସେଇଠୁ ଶୁଭସ୍ମିତାଙ୍କ ଠାରୁ କୃଷ୍ଣଚନ୍ଦ୍ର ନିଜକୁ ଦୂ‌ରେଇ ରଖୁଥିଲା

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମ ବ୍ୟାପାରରୁ ଆଉ ଏକ ହତ୍ୟାକାଣ୍ଡ ଘଟିଛି।ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗ୍ରାମରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ପେଟ୍ରୋଲ୍‌ ନୁହେଁ, ସ୍ପିରିଟ୍‌ ଢାଳି ନିଆଁ ଲଗାଇଛି। ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଯୁବତୀ ଜଣକ ଶେଷରେ ଆଖି ବୁଜିଛନ୍ତି। ପୁଲିସ୍‌ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି। ଆଜି ଶବ ବ୍ୟବଚ୍ଛେଦ ପରେ ଯୁବତୀଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ସହ ବ୍ରହ୍ମପୁରରେ ହିଁ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ବୁଗୁଡ଼ା ଥାନା ତଥା ବାଲିପଦର ଫାଣ୍ଡି ଅନ୍ତର୍ଗତ କଳମ୍ବ ଛକରେ ବ୍ୟବସାୟ କରୁଥିବା ପ୍ରଶାନ୍ତ କୁମାର ଖାଡ଼ଙ୍ଗାଙ୍କ ବଡ଼ଝିଅ ଶୁଭସ୍ମିତା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ୩ ବର୍ଷ ତଳେ ଡିଏମ୍‌ଏଲ୍‌ଟି ପାଠ୍ୟକ୍ରମ ସାରିଥିଲେ। ଏହାପରେ ଭଞ୍ଜନଗର ବ୍ଲକ୍ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲ୍ୟାବ୍‌ ଟେକ୍ନିସିଆନ୍‌ ଭାବେ ମାସେ ହେଲା ଚାକିରି କରୁଥିଲେ। ତେବେ, ବ୍ରହ୍ମପୁରରେ ରହି ପାଠ ପଢ଼ୁଥିବାବେଳେ ଶୁଭସ୍ମିତା ଓ ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗ୍ରାମର ବିଟେକ୍‌ ଛାତ୍ର କୃଷ୍ଣଚନ୍ଦ୍ର ସାହୁଙ୍କ ମଧ୍ୟରେ ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା।

କୃଷ୍ଣଚନ୍ଦ୍ରର ବାପାମାଆ ପଶ୍ଚିମବଙ୍ଗରେ ରହୁଛନ୍ତି। କୃଷ୍ଣଚନ୍ଦ୍ର ଭୁବନେଶ୍ବରରେ ରହି ଇନ୍‌ଫୋସିସ୍ କମ୍ପାନିରେ ଚାକିରି କରୁଥିବାବେଳେ କରୋନା କଟକଣା ଯୋଗୁଁ ଗାଁକୁ ଆସି ୱାର୍କ ଫର୍ମ ହୋମ୍‌ କରୁଥିଲା। ଖାଲି ଏତିକି ନୁହେଁ, ୬ ମାସ ତଳେ ଶୁଭସ୍ମିତା ଓ କୃଷ୍ଣଚନ୍ଦ୍ର ଭୁବନେଶ୍ବରରେ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହୁଥିଲେ। ୨୦୧୫ ମସିହାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା।

କିନ୍ତୁ ଜାତି ଭିନ୍ନ ହୋଇଥିବାରୁ କୃଷ୍ଣଚନ୍ଦ୍ରଙ୍କ ବିବାହ ଅନ୍ୟତ୍ର ସ୍ଥିର କରିବା ଲାଗି ତାର ବାପାମାଆ ସ୍ଥିର କରିଥିଲେ। ସେଇଠୁ ଶୁଭସ୍ମିତାଙ୍କ ଠାରୁ କୃଷ୍ଣଚନ୍ଦ୍ର ନିଜକୁ ଦୂ‌ରେଇ ରଖୁଥିଲା। କିନ୍ତୁ ଶୁଭସ୍ମିତା ଏହା ଜାଣିବା ପରେ ବିବାହ ପାଇଁ ଜିଦ୍ ଧରି ବସିବାରୁ କୃଷ୍ଣଚନ୍ଦ୍ର ତାଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା।

ଯୋଜନା ମୁତାବକ, ତାଙ୍କୁ ବାହାଘର ଯୋଜନା କରିବାକୁ ଆଲୋଚନା ନିମନ୍ତେ ପ୍ରତାପୁର ଗ୍ରାମକୁ ଡାକି ଏକ ପରିତ୍ୟକ୍ତ ମିଲ୍‌ ଘରକୁ ନେଇଥିଲା। ରାତି ପ୍ରାୟ ରାତି ୧୧ଟା ୧୦ ସମୟରେ କୋଠରି ଭିତରେ ତାଙ୍କ ଦେହରେ ସ୍ପିରିଟ୍ ଢାଳି ନିଆଁ ଲଗାଇ ଚମ୍ପଟ୍ ମାରିଥିଲା। ଗୁରୁତର ଅବସ୍ଥା‌ରେ ଶୁଭସ୍ମିତାଙ୍କୁ ସେଠାରୁ ଉଦ୍ଧାର କରାଯିବା ସହ ତହସିଲଦାର ଓ ଏସ୍‌ଡିପିଓଙ୍କ ଉପସ୍ଥିତି‌‌ରେ ତାଙ୍କ ବୟାନ୍ ରେକର୍ଡ଼ ହୋଇଥିଲା। ବିବାହ ପାଇଁ ବାଧ୍ୟ କରିବାରୁ କୃଷ୍ଣଚନ୍ଦ୍ର ତାଙ୍କୁ ଏଠାକୁ ଡାକି ସ୍ପିରିଟ୍ ଢାଳି ନିଆଁ ଲଗାଇ ହତ୍ୟା କରିଥିବା ଶୁଭସ୍ମିତା କହିଥିଲେ। ।

ଅନ୍ୟପକ୍ଷରେ ଅଭିଯୁକ୍ତ କୃଷ୍ଣ ତା ବିରୋଧରେ ଆସିଥିବା ହତ୍ୟା ଅଭିଯୋଗକୁ ଖଣ୍ଡନ କରିଥିବା ସହ ଜଣେ ଅଟୋଚାଳକଙ୍କଠୁ ଘଟଣା ବିଷୟରେ ଖବର ପାଇଥିବା କହିଛି।

Share this story